28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆସ୍ଥା ଭୋଟ ପୂର୍ବରୁ କମଲନାଥଙ୍କ ଇସ୍ତଫା

ଆସ୍ଥା ଭୋଟ ପୂର୍ବରୁ କମଲନାଥଙ୍କ ଇସ୍ତଫା

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ସେ ଦିନ ଗୋଟାଏରେ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କୁ ଭେଟି ଇସ୍ତଫାପତ୍ର ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ ବିଜେପି ବିରୋଧରେ ଜୋରଦାର ବର୍ଷିଥିଲେ । ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ସେ ବିଧାନସଭାରେ ଆସ୍ଥା ଭୋଟର ପ୍ରମାଣ ଦେବା ପାଇଁ ସୁପ୍ରିମକୋର୍ଟ ଗୁରୁବାର କମଳନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ କମଳନାଥଙ୍କ ସରକାର ସଂଖ୍ୟାଲଘୁ ହୋଇଥିଲା । ଏଣୁ ତାଙ୍କୁ ଗୃହରେ ବହୁମତ ପ୍ରଦାନ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଥିଲା । କିନ୍ତୁ କମଳନାଥ ବହୁମଥ ଦେବା ପାଇଁ ରାଜ୍ୟପାଳ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାକୁ ଅବମାନନା କରି କରୋନା ଭାଇରସ ଆଳରେ ବିଧାନସଭାକୁ ମୁଲତବି ଘୋଷଣା କରିଥିଲେ । ହେଲେ ଏହା ବିରୋଧରେ ବିଜେପି ନେତା ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ନିଜର ସଂଖ୍ୟା ଗରିଷ୍ଠତା ବିଧାନସଭା ଭିତରେ ପ୍ରମାଣ କରିବା ପାଇଁ ଶୁକ୍ରବାର ୫ଟା ଯାଏ ସମୟ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ କମଳନାଥ ନିଜର ସଂଖ୍ୟା ଆକଳନ କରିବା ପରେ ଆଉ ଆସ୍ଥା ଭୋଟକୁ ଯାଇ ଅପମାନିତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ଏସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସେ ବିଜେପିକୁ ସରକାର ଭାଙ୍ଗିବା ନେଇ ମୁଖ୍ୟତଃ ଦୟୀ କରିଛନ୍ତି । ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି। ୧୫ ବର୍ଷରେ ବିଜେପି ସରକାର ଯାହା ନକରିଛି ତାହା ସେ ୧୫ମାସରେ କରିବାରେ ସକ୍ଷମ ହୋଇଛନ୍ତି ବୋଲି କମଲନାଥ ପ୍ରେସ କନଫରେନସ କରି କହିଛନ୍ତି। ବିଜେପି ମୋ ସହିତ ବିଶ୍ୱାସଘାତ କରି ନାହିଁ ବରଂ ରାଜ୍ୟବାସୀଙ୍କ ସହ ଏଭଳି ଷଡ଼ଯନ୍ତ୍ର ଧୋକ୍କା ବୋଲି କମଲନାଥ କହିଛନ୍ତି। ବିକାଶ ପଥରେ ମଧ୍ୟପ୍ରଦେଶ ସରକାର ଥିଲା। ହେଲେ ଷଡ଼ଯନ୍ତ୍ର କରି ବିକାଶରେ ରୋକ୍ ଲଗାଇଛି ବିଜେପି। ତାଙ୍କ ସରକାର ଚାଷୀଙ୍କ ପାଇଁ କାମ କରିଛି। ଚାଷୀଙ୍କ ହକ୍ ପାଇଁ ଅନେକ ନିଷ୍ପତ୍ତି ତାଙ୍କ ସରକାର ନେଇଛି ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking