30.1 C
Bhubaneswar
Friday, April 26, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍-୨୦୨୨: ଇଂଲଣ୍ଡକୁ ହରାଇ ବିଶ୍ୱ ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ

ମହିଳା ବିଶ୍ୱକପ୍-୨୦୨୨: ଇଂଲଣ୍ଡକୁ ହରାଇ ବିଶ୍ୱ ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ୍-୨୦୨୨ର ଚାମ୍ପିୟନ ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛି ଅଷ୍ଟ୍ରେଲିଆ । ପ୍ରତିପକ୍ଷ ଇଂଲଣ୍ଡକୁ ୭୧ ରନରେ ମାତ୍ ନେଇ ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ବିଶ୍ୱ ବିଜୟୀ ହେବାର ଗୌରବ ଅର୍ଜନ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୫୬ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ ଓପନର ଆଲିସା ହିଲି ୧୭୦ ରନ ସଂଗ୍ରହ କରି କୀର୍ତ୍ତୀମାନ ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର ହେନିସ ୬୮ ଓ ମୋନି ୬୨ ରନ୍ ସଂଗ୍ରହ କରି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ଏ. ଶ୍ରବସୋଲେ ୩ଟି ଓ ଏକଲେଷ୍ଟୋଲ ଗୋଟିଏ ୱିକେଟ୍ ହାସଲ କରିଥିଲେ । ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା । ୩୮ ରନରେ ଦଳ ଡାନିଏଲ ୟାଟ ଓ ଟାମି ବିମଣ୍ଟଙ୍କୁ ହରାଇଥିଲା । ଏହାପରେ ଇଂଲଣ୍ଡର ଗୋଟିକ ପରେ ଗୋଟିଏ ୱିକେଟ ଗଡ଼ିବାରେ ଲାଗିଥିଲା । ନତାଲାଇ ସ୍କାଇଭର ୧୪୮ ରନ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ସଂଘର୍ଷ କରିଥିଲେ ହେଁ କେହି ତାଙ୍କର ସାଥ ଦେଇ ନଥିଲେ । ଅନ୍ୟ କୌଣସି ଇଂଲଣ୍ଡୀୟ ବ୍ୟାଟ୍ସମ୍ୟାନ ୩୦ ଓପରକୁ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଅଲନା କିଙ୍ଗ ଓ ଜେସ ଜୋନାସେନ ୩ଟି ଲେଖାଏଁ, ମେଗନ ଶ୍ଚୁଟ ୨ଟି, ଟାହିଲା ମ୍ୟାକଗ୍ରାଥ ଓ ଆଶଲୈଘ ଗାର୍ଡନର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking