33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏୟାରପୋର୍ଟରେ ରିଲ୍ ରାମଙ୍କ ଗୋଡ଼ ତଳେ ପଡ଼ିଗଲେ ମହିଳା

ଏୟାରପୋର୍ଟରେ ରିଲ୍ ରାମଙ୍କ ଗୋଡ଼ ତଳେ ପଡ଼ିଗଲେ ମହିଳା

ନୂଆଦିଲ୍ଲୀ: ରିଲ ରାମଙ୍କ ଗୋଡ଼ ତଳେ ପଡ଼ିଗଲେ ମହିଳା। ମୁଣ୍ଡିଆ ମାରିଲେ, ପାଦ ଧୂଳି ନେଇ ମୁଣ୍ଡରେ ବୋଳିଲେ। ଏୟାରପୋର୍ଟରେ ଘଟିଛି ଏହି ଘଟଣା। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓକୁ ହଜାର ହଜାର ଲୋକ ସେୟାର କରିଛନ୍ତି। ୯୦ ଦଶକରେ ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ରାମାୟଣରେ ରାମ ଚରିତ୍ର କରିଥିବା ଅରୁଣ ଗୋଭିଲ୍ ଙ୍କୁ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି। ରାମାୟଣରେ ରାମଙ୍କ ଭୂମିକାରେ ଏହି ଅଭିନେତାଙ୍କୁ ଦେଖିବା ପରଠାରୁ ତାଙ୍କର ହଜାର ହଜାର ଭକ୍ତ ସୃଷ୍ଟି ହୋଇଯାଇଛନ୍ତି। ଯେଉଁମାନେ କି ତାଙ୍କୁ ଭଗବାନ ରାମ ଭାବେ ପୂଜା କରନ୍ତି। ତେଣୁ ଭାଇରାଲ ହୋଇଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇଛି ଯେ, ଆଜି ବି ଲୋକଙ୍କ ଭିତରେ ଏହି ଧାରାବାହିକ ଶୋର କ୍ରେଜ୍ କମିନି। ଏହି ଧାରାବାହିକ ଶୋ’ରେ ଅଭିନୟ କରିଥିବା ଅଭିନେତାମାନେ ଦର୍ଶକଙ୍କ ହୃଦରେ ପୂର୍ବଭଳି ସ୍ଥାନ ନେଇ ବସିଛନ୍ତି। ଭାଇରାଲ ଭିଡିଓରେ ଅରୁଣ ବାରମ୍ବାର ଏହି ମହିଳାଙ୍କୁ ପାଦତଳୁ ଉଠିବାକୁ କହୁଛନ୍ତି। ହେଲେ ମହିଳା ଜଣକ ଉଠୁନାହାନ୍ତି। ମହିଳାଙ୍କ ସାଥୀରେ ଥିବା ବ୍ୟକ୍ତି ମଧ୍ୟ ଅରୁଣଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି। ଅରୁଣ ଉକ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରିଥିଲେ ଯେ, ସମ୍ପୃକ୍ତ ମହିଳାଙ୍କୁ ତଳୁ ଉଠାଇ ନେବାକୁ। ପରେ ଯାଇ ଏହି ମହିଳା ଅରୁଣଙ୍କ ପାଦ ତଳୁ ଉଠିଥିଲେ। ସେତେବେଳକୁ ଏହି ମହିଳାଙ୍କ ଆଖିରେ ଆଖିଏ ଲୁହ ଥିଲା। ସେ ଭାବବିହ୍ୱଳ ହୋଇଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking