29.1 C
Bhubaneswar
Saturday, April 27, 2024
Homeଅପରାଧଇନ୍ଦୋରରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ 5 ଜଣ ଗଣବଲାତ୍କାର କରିବାସହ ସିଗାରେଟ୍ ରେ...

ଇନ୍ଦୋରରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ 5 ଜଣ ଗଣବଲାତ୍କାର କରିବାସହ ସିଗାରେଟ୍ ରେ ଚେଙ୍କ ଦେଇଛନ୍ତି

ଇନ୍ଦୋର: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ଜଣେ 32 ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ପାଞ୍ଚ ଜଣ ପୁରୁଷ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏହି ଭୟଙ୍କର ଘଟଣା ଘଟିଛି। ରବିବାର ଦିନ ପୋଲିସ କହିଛି ଯେ, ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ମହିଳା ଜଣକ କହିଥିଲେ ଯେ ତାଙ୍କ ସ୍ୱାମୀ ଏବଂ ଅନ୍ୟମାନେ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିଲେ 1 ଅନ୍ୟମାନଙ୍କ ଦ୍ୱାରା ତାଙ୍କ ସ୍ୱାମୀ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କ ବ୍ୟକ୍ତିଗତ ଅଞ୍ଚଳରେ ସିଗାରେଟ ଚେଙ୍କ ଦେଉଥିଲେ ।

ଯେତେବେଳେ ସେ ଯୌନ ନିର୍ଯାତନାକୁ ବିରୋଧ କରିଥିଲେ, ସେତେବେଳେ ସେମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ଏଫ୍ଆଇଆର୍ ଅନୁଯାୟୀ ଜଣେ ଅଧିକାରୀଙ୍କ ସୂଚନା ।ଦେଇଛନ୍ତି

ଜଣେ ଅଧିକାରୀଙ୍କ କହିବାନୁସାରେ, ନଭେମ୍ବର 2019 ରୁ ଅକ୍ଟୋବର 2021 ମଧ୍ୟରେ ଇନ୍ଦୋରର ଶିପ୍ରା ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଫାର୍ମ ହାଉସରେ ଏହି ଗଣ ବଳାତ୍କାର ହୋଇଥିଲା। ସେ ଦାବି କରିଛନ୍ତି ଯେ ଛତିଶଗଡରୁ ଆସିଥିବା ଏହି ମହିଳା ଜଣକ ଏକ ବିବାହ ୱେବସାଇଟରେ ତାଙ୍କୁ ଭେଟିବା ପରେ ଜଣେ ଇନ୍ଦୋରର ଉକ୍ତ ପୁରୁଷଙ୍କୁ ବିବାହ କରିଥିଲେ ।

ତେବେ ପୋଲିସର ସବ୍-ଇନ୍ସପେକ୍ଟରଙ୍କ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହ କରିସାରିଛନ୍ତି ।

ପୋଲିସର ସୂଚନାନୁସାରେ, ମହିଳା ଜଣକ ଦାବି କରିଛନ୍ତି ଯେ ସେ ଫାର୍ମ ହାଉସରୁ ପଳାଇ ଯାଇ ଛତିଶଗଡରେ ଥିବା ତାଙ୍କ ପିତାମାତାଙ୍କ ଘରେ ରହୁଛନ୍ତି।

ତେବେ ଅଧିକାରୀଙ୍କ କହିବାନୁସାରେ, ଜଣେ ଅଭିଯୁକ୍ତ ତାଙ୍କୁ ମାରିବା ଉଦ୍ଦେଶ୍ୟରେ ଅନୁସରଣ କରିଥିଲେ।

ମହିଳାଙ୍କ ସ୍ୱାମୀଙ୍କ ସମେତ 5 ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ ଏବଂ ଛତିଶଗଡର ବିଭିନ୍ନ ଅଂଚଳରୁ ପୋଲିସ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।

ଘଟଣାର ଉପରେ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି।

ଅନ୍ୟ ଏକ ମାମଲାରେ, ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ଜଣେ 13 ବର୍ଷର ବାଳିକାକୁ 21 ବର୍ଷର ଯୁବକ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ନାବାଳିକାଙ୍କ 35 ବର୍ଷ ବୟସ୍କା ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସର ସୂଚନାନୁସାରେ, ଗିରଫ ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ବାସଭବନରେ ଏକୁଟିଆ ପାଇଁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି 1 ଝିଅର ପିତାମାତା ଶ୍ରମିକ ଶ୍ରେଣୀର ହୋଇଥିବାରୁ , ଉଭୟ କାମ କରିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଏହି କାଣ୍ଡ ଘଟାଇଛି 1 ବାପା ମାଆ ଫେରିବା ପରେ ଝିଅଟି ଏହି ଦୁଖଦଃ ଘଟଣା ବିଷୟରେ କହିବା ପରେ ସେମାନେ ପୋଲିସକୁ ଅପରାଧ ବିଷୟରେ ଜଣାଇଥିଲେ 1 ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଏବଂ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା (POCSO) ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking