32.1 C
Bhubaneswar
Friday, April 26, 2024
Homeଅପରାଧଡାକ୍ତରଖାନା ଆଇସିୟୁରେ ଆଇସ୍କ୍ରିମ୍ ଖାଇବା ପରେ ମହିଳାଙ୍କ ମୃତ୍ୟୁ

ଡାକ୍ତରଖାନା ଆଇସିୟୁରେ ଆଇସ୍କ୍ରିମ୍ ଖାଇବା ପରେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : 29 ବର୍ଷୀୟା ରୋଜି ସାଙ୍ଗମା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଆଇସକ୍ରିମ୍ ଖାଇବା ପରେ ମୃତ୍ୟୁବରଣ କରିବା ପରେ ତାଙ୍କ ଭଣଜା ସାମୁଏଲ୍ ସାଙ୍ଗମା ଏକ ହୋଟେଲରେ ମୃତଦେହ ପାଇଥିଲେ।  ହେଲେ ନାଗାଲାଣ୍ଡରେ ଆଇସକ୍ରିମ ଖାଇ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

ନାଗାଲାଣ୍ଡ ଦିମାପୁରର ସ୍ୟାମୁଏଲ ସାଙ୍ଗମା ଦିଲ୍ଲୀରେ ନିଜ ମାଉସୀ ରୋଜିଙ୍କ ସହ ଭଡାଘରେ ରହୁଥିଲେ । 23 ଜୁନ ରାତିରେ ଅଚାନକ ରୋଜିଙ୍କ ହାତ ଗୋଡରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସ୍ୟାମୁଏଲ ନିଜ ମାଉସୀଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

24 ଜୁନ ସକାଳେ ରୋଜିଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ତାଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଧିରେଧିରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହୋଇଥିଲା । ଡାକ୍ତରଙ୍କ ଉପସ୍ଥିତିରେ ଆଇସକ୍ରିମ ଖାଇଥିଲେ ରୋଜି । ଆଉ ଏହାର କିଛି ସମୟ ପରେ ପୁଣି ତାଙ୍କ ସ୍ବାସ୍ଥ୍ୟ ବିଗିଡିଯାଇଥିଲା । ଫଳରେ ସେ ପ୍ରାଣ ହରାଇଥିଲେ ।

ରୋଜିଙ୍କ ମୃତ୍ୟୁର 24 ଘଣ୍ଟା ପରେ ଗୋଟିଏ ହୋଟେଲରୁ ମିଳିଛି ସ୍ୟାମୁଏଲଙ୍କ ମୃତ ଦେହ । ଘଟଣାକୁନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ବର୍ତ୍ତମାନ ଘଟଣାର ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ ଓ ଗୁରୁଗ୍ରାମ କ୍ରାଇମବ୍ରାଞ୍ଚ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking