31.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗମୃତ ମହିଳାଙ୍କୁ ଜୀବିତ କରିବା ପାଇଁ ପୂଜା

ମୃତ ମହିଳାଙ୍କୁ ଜୀବିତ କରିବା ପାଇଁ ପୂଜା

ତାମିଲନାଡ଼ୁ : ତାମିଲନାଡୁର ଡ଼ିଣ୍ଡିଗୁଲ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ୨ ଜଣ ଶିଶୁଙ୍କ ମା’ଙ୍କ ମୃତ୍ୟୁ ପରେ ଶିଶୁମାନେ ଏହି ଅପେକ୍ଷାରେ ଥିଲେ କି ତାଙ୍କ ମା’ଙ୍କ ଆତ୍ମାକୁ ଭଗବାନ ଫେରାଇଦେବେ । ଜଣେ ପୁଜାରୀ ୨ ଜଣ ଶିଶୁଙ୍କୁ ଏହା ପାଇଁ ପୂଜା କରାଇବାକୁ କହି ଭଗବାନଙ୍କୁ ପୂଜାକଲେ ସେ ତାଙ୍କ ମାକୁ ଫେରାଇ ଦେବେ ବୋଲି କହିଥିଲେ ।
ସୂଚନା ଅନୁସାରେ ଈନ୍ଦିରା ନାମକ ଜଣେ ମହିଳା ପୋଲିସରେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ୯ ବର୍ଷ ଓ ୧୩ ବର୍ଷର ପୁଅ ସହ ଏକୁଟିଆ ରହୁଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ପୋଲିସ ଷ୍ଟେସନ ନଯାଇ ଘରେ ବିଶ୍ରାମ କରୁଥିଲେ । ଏହା ପରେ ଜଣେ ମହିଳା ସହକର୍ମଚାରୀ ତାଙ୍କ ଘରକୁ ଖବର ନେବା ପାଇଁ ଆସିିଥିଲେ । ଘର ଭିତରେ ସେ ୨ଜଣ ପୁଅଙ୍କୁ ଦେଖିଥିଲେ ଏବଂ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ମହିଳା କର୍ମଚାରୀଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ସୂଚନା ଦେଇଥିଲେ । ଇନ୍ଦିରାଙ୍କ ଚାରିପାଖରେ ପୂଜା ସାମଗ୍ରୀ ପଡ଼ିଥିଲା ।
ପୋଲିସ ଆସି ପଚାରି ବୁଝିବାରୁ ସବୁ ସତ ସାମ୍ନା କୁ ଆସିଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ଇନ୍ଦିରାଙ୍କ ମୃତ୍ୟୁ ୨୦ ଦିନ ତଳୁ ହୋଇଯାଇଥିଲା । କିନ୍ତୁ ପୁଜାରୀ ସୁଦର୍ଶନ ଓ ଇନ୍ଦିରାଙ୍କ ଭଉଣୀ ୨ ଶିଶୁଙ୍କୁ ପୂଜା କରିବା ପାଇଁ କହିଥିଲେ । ପୂଜାକଲେ ତାଙ୍କ ମା’ଙ୍କୁ ଭଗବାନ ଫେରାଇଦେବେ ବୋଲି ପୁଜାରୀ କହିଥିଲେ । ଏହା କହି ଗତ ୨୦ ଦିନ ହେବ ଘରେ ମୃତ ଶରୀରକୁ ରଖି ପୂଜା କରୁଥିଲେ । ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୂଜାରୀ ଓ ଇନ୍ଦିରାଙ୍କ ଭଉଣୀକୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking