39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦିଲ୍ଲୀରେ ବର୍ଷା ସାଙ୍ଗକୁ ପ୍ରବଳ ତୁଷାରପାତ

ଦିଲ୍ଲୀରେ ବର୍ଷା ସାଙ୍ଗକୁ ପ୍ରବଳ ତୁଷାରପାତ

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ପାଣିପାଗରେ ପରିବର୍ତନ ଦେଖା ଦେଇଛି । ତୁଷାରପାତ ହେତୁ ଜାମ୍ମୁ କାଶ୍ମୀରରେ ଅବସ୍ଥା ଗମ୍ଭୀର ହୋଇପଡିଛି । ଏଥି ସହିତ ଏହାର ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ମଧ୍ୟ ପରିଲକ୍ଷିତ ହୋଇଛି । ଜାମ୍ମୁ କାଶ୍ମୀରରେ ତୁଷାରପାତ ପରେ ପ୍ରବଳ ଥଣ୍ଡା ଲହରୀ ଜାରି ରହିଛି । ଏହାର ପ୍ରଭାବ ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ତଥା ସମତଳ ରାଜ୍ୟ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ରାଜସ୍ଥାନର ପାଇଲାନି ଏବଂ ମାଉଣ୍ଟ ଆବୁ ଏବଂ ଗୁଜୁରାଟର ପୋରବନ୍ଦର ମଧ୍ୟ ୩.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛନ୍ତି । ଉତ୍ତରାଖଣ୍ଡ ଏବଂ ହିମାଚଳ ପର୍ବତରେ ତୁଷାରପାତ ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ହିମାଳୟ ଅଞ୍ଚଳରେ ପ୍ରବଳ ତୁଷାରପାତ ହେବାର ପାଣିପାଗ ବିଭାଗ ଅନୁମାନ କରିଛି । ଉତରାଖଣ୍ଡର ୫ଟି ଜିଲାରେ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି । ଗତ ତିନି ଦିନ ଧରି ଦିଲ୍ଲୀ-ଏନସିଆରରେ ହେଉଥିବା ବର୍ଷା ମଙ୍ଗଳବାର ବି ଜାରି ରହିଛି । ଆଗାମୀ ଦୁଇ ଦିନ ଧରି ପାଣିପାଗ ବିଭାଗ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଜାନୁଆରୀ ୬ ତାରିଖ ଅପରାହ୍ନରୁ ଦିଲ୍ଲୀରେ ପାଗ ସଫା ହେବ ବୋଲି ଆଶା କରାଯାଉଛି । କିନ୍ତୁ ଶୀତରୁ ତ୍ରାହି ମିଳିବ ନାହିଁ । ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀ ୭ ରୁ ଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟ ଶୀତ ଲହରୀ ଆରମ୍ଭ ହୋଇପାରେ । ଗତ ଦୁଇ ଦିନ ଧରି ଦିଲ୍ଲୀ-ଏନସିଆର ଲୋକମାନେ ଏକାସାଙ୍ଗରେ ତିନୋଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking