27.1 C
Bhubaneswar
Tuesday, May 7, 2024
Homeଓଡିଶାକୋଭିଡ୍ କଟକଣାକୁ ବେଖାତିର୍ : ମୁହଁରେ ମାସ୍କ ନଥାଇ ରଥ ଟାଣିଲେ ଶିଶୁ ଓ ମହିଳା 

କୋଭିଡ୍ କଟକଣାକୁ ବେଖାତିର୍ : ମୁହଁରେ ମାସ୍କ ନଥାଇ ରଥ ଟାଣିଲେ ଶିଶୁ ଓ ମହିଳା 

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ଏମ୍‌ପିଭି -୬୯ ସୋନାଲି ଗ୍ରାମରେ ରଥ ଯାତ୍ରା ପାଳିତ ହୋଇଥିବା ବେଳେ କରୋନା କଟକଣାକୁ ବେଖାତିର କରିଥିବା ଦେଖାଯାଇଛି । ଏଥିରେ ଶତାଧିକ ଶିଶୁ ଓ ମହିଳାମାନେ ମୁହଁରେ ମାସ୍କ ନ ଥିବା ବେଳେ ସାମାଜିକ ଦୂରତା ନରଖି ରଥ ଟାଣୁ ଥିବାର ଏକ ଭିଡିଓ ଭାଇରାଲ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରି ରାଜ୍ୟରେ କୌଣସି ସ୍ଥାନରେ ରଥ ଯାତ୍ରାକୁ ଅନୁମତି ଦିଆଯାଇନାହିଁ ଓ କେବଳ ବିଧି ବିଧାନ ଅନୁଯାୟୀ ରାଜ୍ୟ ସରକାର ପୁରୀରେ କେବଳ ସେବାୟତ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ରଥ ଟାଣିବା ପାଇଁଁ ନିଷ୍ପତି ନେଇଥିଲେ । ଏଥିପାଇଁ ଅନେକ ଜିଲ୍ଲାରେ ଥିବା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସୁପ୍ରିମ୍‌କୋର୍ଟରେ ଅପିଲ୍ କରିଥିଲେ ମଧ୍ୟ କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ଏହାକୁ ବେଖାତିର କରି ପଡିଆ ବ୍ଲକର ଏମପିଭି-୬୯ର ସୋନାଲି ଗ୍ରାମରେ ଏକ ରଥଯାତ୍ରା ପାଳିତ ହେବା ସହ ସେଥିରେ ଶତାଧିକ ଲୋକ ଯୋଗ ଦେଇଥିବା ଦେଖାଯାଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ କିପରି ପୋଲିସ ପ୍ରଶାସନ ଏହା ଜାଣି ପାରିଲା ନାହିଁ, ସେଥିନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking