28.1 C
Bhubaneswar
Saturday, April 27, 2024
Homeଅପରାଧମା' ସହ ମିଶି ସ୍ତ୍ରୀ ସ୍ୱାମୀ ସହ ଏପରି କଲା ଯାହା ଜାଣିଲେ ଚକିତ ହୋଇଯିବେ

ମା' ସହ ମିଶି ସ୍ତ୍ରୀ ସ୍ୱାମୀ ସହ ଏପରି କଲା ଯାହା ଜାଣିଲେ ଚକିତ ହୋଇଯିବେ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟ ଓ ଚକିତ କଲା ପରି ଘଟଣା ଦେଖିବାକୁ ମିଳିଛି । ଜଣେ ରେଲଓ କାର୍ପେଣ୍ଟରଙ୍କୁ ତିନିଜଣ ମିଶି ହତ୍ୟା କରିଥିବା ସାମ୍ନାକୁ ଆସିଛି । ତେବେ ଏଥିରେ ଯେଉଁମାନେ ସାମିଲ ଅଛନ୍ତି, ତାକୁ ଜାଣିଲେ ଆପଣ ଚକିତ ହୋଇ ରହିଯିବେ । ଏହି ଘଟଣା ପାଇଁ ପୋଲିସ ମୃତକଙ୍କ ସ୍ତ୍ରୀ, ଶାଶୁ ଓ ଶାଶୁଙ୍କ ପ୍ରେମିକକୁ ଗିରଫ କରିଛି । ସେମାନେ ହେଉଛନ୍ତି ମୃତକଙ୍କ ପତ୍ନୀ ରିଶିକା, ଶାଶୁ ରାମା ଦେବୀ ଏବଂ ତାଙ୍କ ପ୍ରେମିକ ଦେବେନ୍ଦ୍ର । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଜାବ ଲାଇନ୍ସ କଲୋନୀର ସୁରଜୀତ । ସେ ତାଙ୍କ ସ୍ତ୍ରୀ ଓ ୪ ବର୍ଷ ବୟସର ପୁଅ ସହ ରହୁଥିଲେ । ତେବେ, ଅଭିଯୁକ୍ତମାନେ ଏହି କ୍ରାଇମ କରିଛନ୍ତି ବୋଲି ମାନିଥିବା ଡିସିପି ଧର୍ମେନ୍ଦ୍ର ଚୌହାନ କହିଛନ୍ତି । ଦେବେନ୍ଦ୍ର ସହ ତାଙ୍କ ଶାଶୁ ରାମାଙ୍କର ଅବୈଧ ସଂପର୍କକୁ ସୁରଜୀତ ବିରୋଧ କରୁଥିଲେ ବୋଲି ସେମାନେ ମାନିଛନ୍ତି । ତେବେ ରିଶିକା ଏ ବିଷୟରେ ଜାଣିଥିଲେ । ମାତ୍ର କିଛି ବାଧା ସୃଷ୍ଟି କରୁନଥିଲେ । ଏହାକୁ ନେଇ ସୁରଜୀତ ବାରମ୍ବାର ବାଧା ଦେଉଥିଲେ । ସୋମବାର ମଧ୍ୟ ସେ ଏହାକୁ ନେଇ ବିରୋଧ କରିଥିଲେ । ଏବଂ ସେମାନଙ୍କ ସହ ସୁରଜୀତଙ୍କର ଯୁକ୍ତିତର୍କ ହୋଇଥିଲା । ଫଳରେ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସେମାନେ ଏକ ସୁକଳ୍ପିତ ଯୋଜନା ପ୍ରସ୍ତୁତ କଲେ । ତେବେ ରାମା ସୁରଜୀତଙ୍କୁ ରାତ୍ର ଭୋଜନ ପାଇଁ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ । ଯୋଜନା ମୁତାବକ ସେ ପ୍ରଥମେ ତାଙ୍କ ମୁଣ୍ଡକୁ ଏକ ଲୁହା ରଡରେ ପ୍ରହାର କରିଥିଲେ । ଘଟଣାସ୍ଥଳରେ ଟଳି ପଡିଥିଲେ ସୁରଜୀତ । ପରେ ସେମାନେ ତାଙ୍କୁ ଏକ ପରିତ୍ୟକ୍ତ ଘରେ ଫୋପାଡି ଦେଇଥିଲେ ।
https://onakhabar.com/2020/04/30/rajasthan-mother-uncle-arrested-honour-killing-minor-16-year-old-girl/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking