29.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟ ପାଇଁ ଖୁସି ଖବର, ଆଉ ଦୁଇ ଜଣ କରୋନା ରୋଗୀ ସୁସ୍ଥ

ରାଜ୍ୟ ପାଇଁ ଖୁସି ଖବର, ଆଉ ଦୁଇ ଜଣ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ଆଶ୍ୱସ୍ତି । ଆଉ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୨ଜଣ ରାଉରକେଲା ଅଂଚଳର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାର ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଯୋଗ୍ୟ, ଆଜି ଗୋଟିଏ ଦିନରେ ଯାଜପୁର ଜିଲ୍ଲାରେ ୧୭ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଖବର ଆସିଲା ରାଜ୍ୟରେ ଆଉ ଦୁଇ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲାବେଳେ ଅନ୍ୟ ପଟେ ସୁସ୍ଥ । ଏହା ରାଜ୍ୟ ପାଇଁ ବଡ଼ ଖୁସି ଖବର । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ଥିଲାବେଳେ ସେଥିମଧ୍ୟରୁ ୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୦୦ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

https://onakhabar.com/2020/04/30/rajasthan-mother-uncle-arrested-honour-killing-minor-16-year-old-girl/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking