32.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଘର ଭିତରେ ନିଆଁ ଲଗାଇ ସ୍ୱାମୀଙ୍କ ଶେଷକୃତ୍ୟ କଲେ ସ୍ତ୍ରୀ

ଘର ଭିତରେ ନିଆଁ ଲଗାଇ ସ୍ୱାମୀଙ୍କ ଶେଷକୃତ୍ୟ କଲେ ସ୍ତ୍ରୀ

ଲକ୍ଷ୍ନୌ: ସ୍ୱାମୀଙ୍କ ବିୟୋଗ ପରେ ଘରେ ନିଆଁ ଲଗାଇଲେ ସ୍ତ୍ରୀ । ଘର ଭିତରେ ହିଁ ଶେଷକୃତ୍ୟ କରିବା ଉଦ୍ଦେଶ୍ୟରେ ସ୍ୱାମୀଙ୍କ ଶରୀରରେ ପତ୍ନୀ ଅଗ୍ନି ସଂଯୋଗ କରିଥିବା ଖବର ସାମନାକୁ ଆସିଛି । ଏପରି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । କର୍ଣ୍ଣାଲ ଜିଲ୍ଲାରେ ଥିବା ପତ୍ତିକୋଣ୍ଡୋ ଗାଁରେ ହରିକ୍ରିଷ୍ଣା ପ୍ରସାଦ ଏବଂ ତାଙ୍କ ପତ୍ନୀ ଲଳିତା ଦୁହେଁ ମିଶି ଏକ ଔଷଧ ଦୋକାନ ଚଳାଉଥିଲେ । ସେମାନଙ୍କ ବଡ଼ ପୁଅ ଦିନେଶ ଏକ ବେସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ସାନପୁଅ ମୁକେଶ କାନାଡାରେ ରହୁଥିବା ଜଣାପଡିଛି । ୨୦୧୬ରେ ହୃଦରୋଗ ଜନିତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ହରିକ୍ରିଷ୍ଣା ।

ତେବେ ୨୦୨୦ରେ ତାଙ୍କ ବଡ ପୁଅର ବିବାହ ହୋଇଥିଲା । ଧୀରେଧୀରେ ହରିକ୍ରିଷ୍ଣାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ସ୍ୱାମୀ ଅସୁସ୍ଥ ଥିବାରୁ ସ୍ତ୍ରୀ ଔଷଧ ଦୋକାନ ସମ୍ଭାଳୁଥିଲେ । ହେଲେ ପୁଣି ଥରେ ହାର୍ଟ ଆଟାକ୍ ଆସିବାରୁ ହରିକ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ହରିକ୍ରିଷ୍ଣାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଭାଙ୍ଗି ପଡିଥିଲେ ଏବଂ ଏହି ଖବର ପ୍ରଥମେ ବଡ଼ ପୁଅ ଦିନେଶକୁ ଫୋନ ଯୋଗେ ଦେଇଥିଲେ । ଦିନେଶ ୧୦୦ ନମ୍ବରକୁ ଡାଏଲ କରି ତୁରନ୍ତ ପୋଲିସକୁ ବାପାଙ୍କ ମୃତ୍ୟୁ ସମ୍ପର୍କରେ ଖବର ଦେଇଥିଲେ ହେଲେ ଆସିନଥିଲେ । ଯାହାକି ଦିନେଶଙ୍କ ମାଆ ଲଳିତାଙ୍କୁ ଆଘାତ ଦେଇଥିଲା । ନିଜକୁ ଏକାକୀ ଅନୁଭବ କରି ସେ ଘଟଣାସ୍ଥଳରେ ସ୍ୱାମୀଙ୍କ ଶବ ନିଜେ ସତ୍କାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ତେଣୁ ଘରେ ଥିବା ସମସ୍ତ ବହି, କାଡ୍ ବୋର୍ଡ ଏବଂ ପୁରୁଣା କପଡା ସବୁକୁ ଏକାଠି କରି ତାଙ୍କ ସ୍ୱାମୀଙ୍କ ମୃତଦେହ ପାଖରେ ରଖିବା ପରେ ସେଥିରେ ଅଗ୍ନି ସଂଯୋଗ କରିଦେଲେ । ଫଳରେ ନିମିଷକ ମଧ୍ୟରେ ଚାରିଆଡେ ନିଆଁ ବ୍ୟାପିଯାଇଥିଲା ଏବଂ ଘର ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଲାବେଳକୁ ମୃତଦେହର ୯୦ ପ୍ରତିଶତ ପୋଡି ଯାଇଥିଲା । ସେପଟେ ଦିନେଶ କରିଥିବା ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିବା ସହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ପତ୍ତିକୋଣ୍ଡା ହସ୍ପିଟାଲକୁ ପଠାଇଛି ପୋଲିସ । ଦିନେଶ ପୋଲିସକୁ ଦେଇଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ହେବ ତାଙ୍କ ମାଆ ଲଳିତାଙ୍କ ମାନସିକ ସ୍ଥିତି ଠିକ୍ ରହୁନଥିଲା । ଏପରିକି ସେ କାହାସହ ମିଳାମିଶା କି ବେଶି କଥାବାର୍ତ୍ତା ମଧ୍ୟ କରୁନଥିଲେ । ତେବେ କେଉଁ ପରିସ୍ଥିତିରେ ଲଳିତା ଏଭଳି ଚରମ ପଦକ୍ଷେପ ନେଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking