33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମଦ ଦୁର୍ନୀତି ଟଙ୍କା କୁଆଡ଼େ ଗଲା; କୋର୍ଟରେ ମୁଖ୍ୟମନ୍ତ୍ରୀ ସବୁ ଖୁଲାସା କରିବେ: ସୁନୀତା

ମଦ ଦୁର୍ନୀତି ଟଙ୍କା କୁଆଡ଼େ ଗଲା; କୋର୍ଟରେ ମୁଖ୍ୟମନ୍ତ୍ରୀ ସବୁ ଖୁଲାସା କରିବେ: ସୁନୀତା

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡି ହେପାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଜେଲରୁ ସରକାର ଚଳାଉଛନ୍ତି । ଏହାରି ମଧ୍ୟରେ ଆଜି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଆପଣଙ୍କର(ଜନତା) ଚିନ୍ତା ଅଛି । ଦୁଇ ଦିନ ପୂର୍ବରୁ ସେ ଜଳ ଓ ଜଳ ନିଷ୍କାସନ ସମସ୍ୟା ନେଇ ଜଳ ମନ୍ତ୍ରୀ ଆତିଶୀଙ୍କୁ ଚିଠି ଲେଖିଥିଲେ ।  ଏଥିପାଇଁ କେନ୍ଦ୍ର ସରକାର ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଲୋକଙ୍କ ସମସ୍ୟା ସମାଧାନ କରିବା କ\’ଣ ଭୁଲ? ସେମାନେ (କେନ୍ଦ୍ର) କ\’ଣ ଦିଲ୍ଲୀକୁ ନଷ୍ଟ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସୁନୀତା କେଜ୍ରିୱାଲ ।
ଆହୁରି ମଧ୍ୟ ସୁନୀତା କେଜ୍ରିୱାଲ  କହିଛନ୍ତି ଯେ, ଅରବିନ୍ଦଜୀ ମୋତେ ଗୋଟିଏ କଥା କହିଥିଲେ, ମଦ ଦୁର୍ନୀତି ମାମଲାରେ ଗତ ଦୁଇ ବର୍ଷରେ ଅନେକ ସ୍ଥାନରେ ଚଢଉ ହୋଇଛି । ହେଲେ ଟଙ୍କାଟିଏ ବି ମିଳିନାହିଁ । ମନୀଷ ସିସୋଦିଆ, ସଞ୍ଜୟଜୀଙ୍କ ଘରେ ରେଡ୍ କରାଯାଇଛି, ସେଠାରେ ମଧ୍ୟ ତଦନ୍ତକାରୀ ଏଜେନ୍ସିକୁ କିଛି ମିଳିନି । ମୁଖ୍ୟମନ୍ତ୍ରୀଜୀଙ୍କ ଶରୀର ହୁଏତ ଜେଲରେ ଥାଇପାରେ ହେଲେ ତାଙ୍କର ଆତ୍ମା ଲୋକଙ୍କ ମଧ୍ୟରେ ଅଛି । ଆପଣମାନେ ଆଖି ବନ୍ଦ କରି ତାଙ୍କୁ ଅନୁଭବ କରିପାରିବେ । ଗତ ୨ ବର୍ଷରେ ୨୫୦ରୁ ଅଧିକ ସ୍ଥାନରେ ରେଡ୍ କରାଯାଇଛି । ହେଲେ କୌଣସି ରେଡରେ କିଛି ବି ଟଙ୍କା ମିଳିନାହିଁ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କୋର୍ଟରେ ଏହାର ଖୁଲାସା କରିବେ ଏବଂ ପ୍ରମାଣ ଦେବେ । ସାରା ଦେଶକୁ ସତ କହିବେ କି ଏହି ତଥାକଥିତ ମଦ ଦୁର୍ନୀତି ଟଙ୍କା କୁଆଡ଼େ ଗଲା । ଅରବିନ୍ଦଜୀ ବହୁତ ସଚ୍ଚୋଟ, ଦେଶଭକ୍ତ ଓ ସାହାସୀ ବ୍ୟକ୍ତି ଅଟନ୍ତି ବୋଲି କହିଛନ୍ତି ସୁନୀତା କେଜ୍ରିୱାଲ । ଏହାପୂର୍ବରୁ ସୁନୀତା କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାର୍ତ୍ତା ପଢି ଶୁଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking