42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି; ଏପ୍ରିଲ ୩ରେ ପରବର୍ତ୍ତୀ ଶୁଣାଣି

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି; ଏପ୍ରିଲ ୩ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ । ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ନାହାନ୍ତି । ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୩ରେ ହେବ । ସେ ଯାଏ କେଜ୍ରିୱାଲ ଜେଲ୍ କିମ୍ବା ଇଡି ରିମାଣ୍‌ତରେ ରହିବେ । ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଛି । ଏହାକୁ କେଜ୍ରିୱାଲଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ତାଙ୍କର ତୁରନ୍ତ ଖଲାସ ଦାବି ଓ ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ । କିନ୍ତୁ ଇଡି ତୁରନ୍ତ ଶୁଣାଣିକୁ ବିରୋଧ କରିଥିଲା । ଉଭୟ ଆବେଦନ ଉପରେ ଜବାବ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥା କିଛି ସମୟ ମାଗିଥିଲା ।
ଇଡି ପକ୍ଷରୁ ଆଡିସିନାଲ ସଲିସିଟିର ଜେନେରାଲ ଏସ୍ ଭି ରାଜୁ କହିଥିଲେ ଯେ ମଙ୍ଗଳବାର ଆମକୁ ଆବେଦନର କପି ମିଳିଛି । ଏହା ଉପରେ ଜବାବ ରଖିବା ପାଇଁ କିଛି ସମୟ ଦରକାର ।  ଏହା ଶୁଣିବା ପରେ ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ଗୋଟିଏ କେସ୍‌ର ଶୁଣାଣି କିମ୍ବା ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼େ ସେତେବେଳେ କୋର୍ଟ ଉଭୟ ପକ୍ଷକୁ ଶୁଣିବା ପାଇଁ ବାଧ୍ୟ । ଏହା ପ୍ରକୃତ ନ୍ୟାୟର ମୂଳ ନୀତି । ଏହି ମାମଲାରେ ଇଡିର ପକ୍ଷ ଓ ଜବାବ ଶୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାପରେ କୋର୍ଟ ଇଡିକୁ ଆସନ୍ତା ୨ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି । ଏବେ ମାମଲାର ପରବର୍ତ୍ତୀ ଶୁଶାଣି ୩ ତାରିଖରେ ହେବ । ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଇଡି ୨୮ ତାରିଖ ଅର୍ଥାତ ଆସନ୍ତାକାଲି ଯାଏ ରିମାଣ୍ଡରେ ନେଇଛି । ଆସନ୍ତାକାଲି ଦିନ ୨ଟା ସୁଦ୍ଧା ଇଡି ତାଙ୍କୁ କୋର୍ଟରେ ହାଜର କରିବ । ଯଦି ଇଡି ଆଉ ରିମାଣ୍ଡରେ କେଜ୍ରିୱାଲଙ୍କୁ ନେବ ନାହିଁ, ତା’ହେଲେ ସେ ବିଚାର ବିଭାଗୀୟ ହାଜତକୁ ଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking