32.1 C
Bhubaneswar
Friday, April 26, 2024
Homeଓଡିଶାଧର୍ମେନ୍ଦ୍ରଙ୍କ ମୋବାଇଲ ଗଲା କୁଆଡେ ?

ଧର୍ମେନ୍ଦ୍ରଙ୍କ ମୋବାଇଲ ଗଲା କୁଆଡେ ?

ଭୁବନେଶ୍ୱର : ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୋବାଇଲ କୁ ନେଇ ସସପେନ୍ସ । ଧର୍ମେନ୍ଦ୍ରଙ୍କ ମୋବାଇଲ ଗଲା କୁଆଡେ , ତାକୁ ନେଇ ଉଠିଲା ପ୍ରଶ୍ନ । ପରିବାର ଲୋକ ଧର୍ମେନ୍ଦ୍ର ଙ୍କ ମୋବାଇଲ ପାଇ ନ ଥିବା କହୁଛନ୍ତି । ମୋବାଇଲ ତାଙ୍କ ପାଖରେ ନ ଥିବା କହୁଛି ସ୍ଥାନୀୟ ପୋଲିସ । ମୋବାଇଲ ରେ ଥିବା ଭିଡିଓ ବିଷୟରେ କହିଥିଲେ ଧର୍ମେନ୍ଦ୍ର । ଫେସବୁକରେ ମୋବାଇଲରେ ଥିବା ଭିଡିଓ ସମ୍ପର୍କରେ ଜଣାଇଥିଲେ ଧର୍ମେନ୍ଦ୍ର । ଏବେ ମୋବାଇଲ ମିଳୁ ନଥିବାରୁ , ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ବଢିଲା ସସପେନ୍ସ ।ଅନ୍ୟପଟେ ସିସିଟିଭି ଭିଡିଓ ଫୁଟେଜ ଅନେକ କାରଣ ଦର୍ଶାଉଛି । ପଡୋଶୀଙ୍କ ଘରେ ଲାଗିଥିବ ସିସିଟିଭିରୁ ମିଳିଛି ବଡ ସୁରାକ । ରାତି ଅଧରେ ଧର୍ମେନ୍ଦ୍ରଙ୍କ ଘର ପାଚେରୀ କେହି ଡେଉଁଥିବା ସିସିଟିଭିରେ କଏଦ ହୋଇଛି । ରାତି ୧୨ଟ ୧୩ ରୁ ୧୪ ମଧ୍ୟରେ ଜଣେ ବ୍ୟକ୍ତି ପାଚେରୀ ଡେଇଁଥିଲେ । ପାଚେରୀ ଡେଇଁଥିବା ଲୋକଟି କିଏ ଏବଂ କାହିଁକି ଡେଉଁଥିଲେ,ବଢିଲା ଉତ୍କଣ୍ଠା ।
ସେପଟେ ଏଡିସିପି ପ୍ରକାଶ ପାଲ ଘଟଣା ନେଇ ସୂଚନା ଦେଇଛନ୍ତି । ସବୁ ଦିଗରୁ ତଦନ୍ତ କରାଯିବ କହିଲେ ଭୂବନେଶ୍ୱର ଅତିରିକ୍ତ ଡିସିପି । ଘରଟି ଦୀର୍ଘ ଦିନରୁ ବନ୍ଦ ରହୁଥିଲା , ଏଠାରେ କେହି ରହୁ ନ ଥିଲେ । ଏଯାଏ ଆମେ କିଛି ପାଇନୁ , ତଦନ୍ତ କରାଯାଉଛି । ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିବା କହିଲେ ଏଡିସିପି । ତଦନ୍ତ ଫେୟାରଲି ହେବ , ପୋଲିସ କିଛି ଚାପିବନି କହିଲେ ଅତିରିକ୍ତ ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking