38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଆମେରିକା ଯିବ କୋରାପୁଟ ହଳଦୀ ସାବୁନ୍

ଆମେରିକା ଯିବ କୋରାପୁଟ ହଳଦୀ ସାବୁନ୍

କୋରାପୁଟ: କୋରାପୁଟରେ ଉତ୍ପାଦିତ ହଳଦୀରୁ ପ୍ରସ୍ତୁତ ସାବୁନ ଏବେ ବିଭିନ୍ନ ରାଜ୍ୟରେ ଆଦୃତି ଲାଭ କରିଥିବା ବେଳେ ଏହା ଆହୁରି ପାଦେ ଆଗକୁ ବଢ଼ିଛି । ହଳଦୀ ସାବୁନ ବର୍ତ୍ତମାନ ଆମେରିକାକୁ ରପ୍ତାନି ହେବ । ସେଣ୍ଟ୍ରାଲ ଆମେରିକା ଗ୍ୱାତେମାଲା ରାଜ୍ୟକୁ ଏହା ପଠାଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ବିଦେଶରେ କୋରାପୁଟ ହଳଦୀସାବୁନ ବିକ୍ରି ହେଲେ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବା ସହ ପ୍ରସ୍ତୁତକାରୀ ମହିଳାମାନଙ୍କୁ ଏହା ଉତ୍ସାହିତ କରିବ ।

ଓରମାସର ରୋଶନ୍‌ କୁମାର କାର୍ତ୍ତିର୍କ କହିଛନ୍ତି, ଆମେରିକାର ଗ୍ୱାତେମାଲା ରାଜ୍ୟରେ କୋରାପୁଟ ହଳଦୀ ସାବୁନ୍‌ର ଚାହିଦା ବେଶ୍‌ ରହିଛି । ଏଥିପାଇଁ ଚଳିତବର୍ଷ ଏହା ରତ୍ପାନୀ କରାଯିବ । ଫଳରେ ଜିଲ୍ଲାର ବନଜାତ ଦ୍ରବ୍ୟକୁ ସ୍ୱତନ୍ତ୍ର ପରିଚୟ ମିଳିବା ସହ ପ୍ରସ୍ତୁତକାରୀ ମହିଳାମାନେ ଉତ୍ସାହିତ ହେବେ । ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପରୀକ୍ଷା ମୂଳକ ଭାବେ କିଛି ସାବୁନ୍‌ ଏଠାରୁ ପଠାଯାଇଥିଲା । ସେଠାରେ ଏହାର ଚାହିଦା ରହିଥିବାରୁ ବ୍ୟବସାୟିକ ବ୍ୟବସ୍ଥା ଆରମ୍ଭ କରାଯିବ । ଏଥିପାଇଁ ପ୍ରସ୍ତୁତକାରୀ ସ୍ୱୟଂସହାୟକ ଗୋଷ୍ଠୀ ବେଶ୍‌ ଖୁସି ଅଛନ୍ତି ।

ପ୍ରକାଶଥାଉକି, ଜିଲ୍ଳାର ଲକ୍ଷ୍ମୀପୁର ବ୍ଳକରେ ପ୍ରତିବର୍ଷ ପ୍ରାୟ ୧ ହଜାର ମେଟ୍ରିକ୍‌ ଟନ୍‌ ହଳଦୀ ଉତ୍ପାଦନ ହେଉଛି । ପ୍ରଶାସନର ଉଦ୍ୟମରେ ଜିଲ୍ଲାର ବିଭିନ୍ନ ସାମଗ୍ରୀକୁ ମୂଲ୍ୟଭିତ୍ତିକ ଓ ସମୟ ଉପଯୋଗୀ ଭାବେ ତିଆରି କରାଯାଇ ଖୋଲା ବଜାରରେ ବିକ୍ରି ବ୍ୟବସ୍ଥା କରାଯାଇଛି । ଗତ କରୋନା ସମୟରେ ଲକ୍ଷ୍ମୀପୁର ବ୍ଳକର ୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳାଙ୍କୁ ହଳଦୀ ସାବୁନ୍‌ ପ୍ରସ୍ତୁତି ନେଇ ତାଲିମ୍‌ ପ୍ରଦାନ କରାଯାଇଥିଲା । ପରେ ସେମାନଙ୍କୁ ସମସ୍ତ ଆର୍ଥିକ ସହଯୋଗ ମଧ୍ୟ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିଲା । ୨୦୨୧ରୁ ଏହି ମହିଳାମାନେ ହଳଦୀରୁ ସାବୁନ୍‌ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ପିସ୍‌ ସାବୁନ ବିକ୍ରି ହୋଇସାରିଲାଣି । ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରେ ଚଣ୍ଡିଗଡ଼, ପଞ୍ଜାବ, ରାଜସ୍ଥାନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ହଳଦୀ ସାବୁନ ଏବେ ରପ୍ତାନି ହେଉଥିବା ଶ୍ରୀ କାର୍ତ୍ତିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking