30.1 C
Bhubaneswar
Friday, April 26, 2024
Homeଅପରାଧକ୍ୟାବ ଧିରେ ଚଲାଇବାକୁ କହିବାରୁ ଆକ୍ରମଣ, ପୀଡିତ ହସ୍ପିଟାଲରେ ଭର୍ତ୍ତି

କ୍ୟାବ ଧିରେ ଚଲାଇବାକୁ କହିବାରୁ ଆକ୍ରମଣ, ପୀଡିତ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କ୍ୟାବ ଚାଳକ ଦିଲ୍ଲୀ ପୁଲିସର ସେବାନିବୃତ୍ତ ଅଧିକାରୀ ଜିତେନ୍ଦ୍ର ରାଣାଙ୍କ ଉପରେ ଚାକୁରେ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସୁଛି । ଅଧିକାରୀ ଚାଳକଙ୍କୁ କେବଳ କ୍ୟାବ ଧିରେ ଚଲାଇବା ପାଇଁ କହିଥିଲେ । ତେବେ ଅଫିସରଙ୍କୁ ଏମ୍ସ ର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ହୌଜଖାସ ପୁଲିସ କ୍ୟାବ ଚାଳକ ଙ୍କୁ ଗିରଫ କରିଛି । ଆରୋପୀ କ୍ୟାବରେ ଚାକୁ ନେଇ ଯାଉଥିଲା । ତେବେ କ୍ୟାବ ଚାଳକଙ୍କ ଦ୍ୱାରା ଏଭଳି ହାମଲା ଦିଲ୍ଲୀରେ ପ୍ରଥମ ଥର ଘଟିଛି ।
ଦକ୍ଷିଣ ଜିଲ୍ଲା ପୁଲିସ ଅଧିକାରୀଙ୍କ ଅନୁସାରେ, ଜିତେନ୍ଦ୍ର ରାଣା ପରିବାରଙ୍କ ସହିତ ମାଲବୀୟ ନଗରରେ ରହୁଥିଲେ । ସେ ରାଜୌରୀ ଗାର୍ଡେନରୁ ମଙ୍ଗଳବାର କ୍ୟାବ ନେଇଥିଲେ । ସେ କ୍ୟାବ ଚାଳକ ରାଜକୁମାର ଶର୍ମାଙ୍କ ସହିତ ଆଗରେ ଓ ପରିବାର ସଦସ୍ୟ ପଛରେ ବସିଥିଲେ । ଚାଳକ ଜଣଙ୍କ ଗାଡି ଜୋରରେ ଚଲାଉଥିଲେ । ଏହା ଉପରେ ଜିତେନ୍ଦ୍ର ରାଣା କ୍ୟାବ ଧିରେ ଚଲାଇବାକୁ କହିଥିଲେ । ପରେ ଗାଡି ଚାଳକ ଉତକ୍ଷିପ୍ତ ହୋଇ ଦୁର୍ବ୍ୟବହାର କରିବାକୁ ଲାଗିଲେ ।
ଆରୋପୀ କ୍ୟାବ ଚାଳକ ହୌ÷ଜଖାସ ମେଟ୍ରୋ  ଷ୍ଟେସନ ନିକଟରେ ଜିତେନ୍ଦ୍ର ରାଣା ଓ ତାଙ୍କ ପରିବାର ଙ୍କୁ ଓହ୍ଲାଇ ଦେଇଥିଲା । ଅଧିକାରୀ ଜଣକ ବିରୋଧ କରିବାରୁ ଆରୋପୀ କ୍ୟାବରୁ ଛୁରୀ ବାହାର କରି ତାଙ୍କ ଉପରେ ୫ରୁ ୬ ଥର ଆକ୍ରମଣ କରିଥିଲା । ଜିତେନ୍ଦ୍ରଙ୍କୁ ଛୁରୀ ତାଙ୍କ ଜଂଘ ଓ ଡାହାଣ ହାତରେ ଲାଗିଥିଲା । ଲୋକେ କ୍ୟାବ ଚାଳକ ରାଜକୁମାର ଶର୍ମାଙ୍କୁ ଘଟଣାସ୍ଥଳରେ କାବୁ କରି ଖୁବ ପିଟିଥିଲେ ଓ ପୋଲିସକୁ ହସ୍ତାନ୍ତର କରିଥିଲେ । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଯେଉଁଠି ତାକୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆରୋପୀର କହିବା କଥା ହେଲା ଯେ, ଥରେ ତାର ଜଣେ ଯାତ୍ରୀଙ୍କ ସହ ଝଗଡା ହୋଇଯାଇଥିଲା । ଏହାପରେ  ସେ କ୍ୟାବରେ ଧାରୁଆ ଅସ୍ତ୍ର ରଖୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking