32.1 C
Bhubaneswar
Friday, April 26, 2024
Homeବିଜିନେସ୍ହ୍ୱାଟସଆପରେ ଭଏସ ମେସେଜ ପାଇଁ ଆସିପାରେ ନୂଆ ଫିଚର

ହ୍ୱାଟସଆପରେ ଭଏସ ମେସେଜ ପାଇଁ ଆସିପାରେ ନୂଆ ଫିଚର

ନୂଆଦିଲ୍ଲୀ: ହ୍ୱାଟସଆପ ଜଲଦି ଭଏସ ମେସେଜକୁ ଭିନ୍ନ ଭିନ୍ନ ପ୍ଲେବ୍ୟାକ ସ୍ପିଡରେ ପ୍ଲେ କରୁଥିବା ଫିଚର ଆଡ୍ କରିପାରେ । ବର୍ତମାନ ବ୍ୟବହାରକାରୀ ରିସିଭ ହୋଇଥିବା ଭଏସ ମେସେଜକୁ କେବଳ ନର୍ମାଲ ସ୍ପିଡରେ ଚେକ୍ କରିପାରୁଛନ୍ତି । ମାତ୍ର ନୂଆ ଫିଚର ଦ୍ୱାରା ଭଏସ ମେସେଜକୁ ଫାଷ୍ଟ କିମ୍ବା ସ୍ପିଡ ରେ ବି ଶୁଣାଯାଇପାରିବ ।
ୱାବିଟାଇନଫୋ ଏହି ଅପକମିଂ ଫିଚରର ସ୍କ୍ରିନସଟ ଶେୟାର କରିଛି । ଏଥିରେ ଦେଖାଯାଇପାରିବ ଯେ, ବ୍ୟବହାରକାରୀଙ୍କୁ ୩ଟି ପ୍ଲେବ୍ୟାକ ସ୍ପିଡ ଅପ୍ସନ ମିଳିବ । ସିଧାସଳଖ ଭାବରେ ଏହା ଉପଲବ୍ଧ ହେବ ।
ରିପୋର୍ଟ ଅନୁସାରେ, ହ୍ୱାଟସଆପ ଲୋବର ପ୍ଲେବ୍ୟାକ ସ୍ପିଡ ସପୋର୍ଟ ବି ଆସିବ । ମାତ୍ର ଏହାକୁ ସର୍ବସାଧାରଣ ପାଇଁ ଜାରି କରାଯିବ ନାହିଁ । ନୂଆ ଫିଚର ଏବେ ଅଣ୍ଡର ଡେଭଲଅପମେଣ୍ଟ ରହିଛି ଏବଂ ଏହା ଆଇଓଏସ ଏବଂ ଆଣ୍ଡ୍ରଏଡ ବିଟା ବିଲ୍ଡରେ ଉପଲବ୍ଧ ହେବ । ଆସନ୍ତା ସପ୍ତାହରେ ଏହା ଜାରି ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking