28.1 C
Bhubaneswar
Sunday, April 28, 2024
Homeବଲିଉଡମୁଁ କେଉଁ ପୋଷାକ ପିନ୍ଧିବି, କେମିତି ବିମାନବନ୍ଦରରେ ଯିବି କ’ଣ ଖାଇବି ଏହା ମୋର ବ୍ୟକ୍ତିଗତ...

ମୁଁ କେଉଁ ପୋଷାକ ପିନ୍ଧିବି, କେମିତି ବିମାନବନ୍ଦରରେ ଯିବି କ’ଣ ଖାଇବି ଏହା ମୋର ବ୍ୟକ୍ତିଗତ କଥା : ସାରା ଅଲ୍ଲୀ ଖାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ଆମେ ସମସ୍ତେ ଜାଣନ୍ତି। ତାଙ୍କ ବାପା ସୈଫ୍‌ ଅଲ୍ଳୀ ଖାନ୍‌ ଜଣେ ମୁସ୍‌ଲମାନ ହୋଇଥିବା ବେଳେ ମାଆ ଅମୃତା ସିଂହ ହେଉଛନ୍ତି ହିନ୍ଦୁ। ଅଭିନେତ୍ରୀ ତାଙ୍କର ପୂରା ନାମ ସାରା ଅଲ୍ଲୀ ଖାନ୍‌ ଲେଖୁଥିବାରୁ ଅଧିକାଂଶ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ହେଲେ ଏକ ସାକ୍ଷାତକାରରେ ସେ ଏହାର କଡ଼ା ଜବାବ ଦେଇଛନ୍ତି। ସାରାଙ୍କ କହିବା କଥା ହେଲା ସେ ଏକ ଧର୍ମନିରପେକ୍ଷ, ଲୋକତନ୍ତ୍ର ଗଣରାଜ୍ୟ ପରିବାରରେ ଜନ୍ମଲାଭ କରିଛନ୍ତି। ଭୁଲ୍‌ ବିରୋଧରେ ଛିଡ଼ା ହେବାର ସାହସ ତାଙ୍କ ଭିତରେ ଅଛି। ନିକଟରେ ସରନେମକୁ ନେଇ ଏକ ସାକ୍ଷାତକାରେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତର ଦେଇ ସାର କହିଛନ୍ତି, ‘ପୂର୍ବରୁ ଲୋକେ ମୋତେ ସରନେମକୁ ନେଇ ଖୁବ ଟ୍ରୋଲ କରିଛନ୍ତି। ଯେଉଁଥିପାଇଁ ମୋତେ କଷ୍ଟ ବି ହୋଇଥିଲା। ମୁଁ କେମିତି ଏସବୁର ସାମ୍ନା କରିବି କିଛି ବୁଝି ପାରି ନଥିଲି। ଧୀରେଧୀରେ ମୋତେ ଏସବୁ ସାମାନ୍ୟ ଲାଗିଥିଲା। ନିଜ ପାଇଁ କେମିତି ଲଢ଼ିବି ତାହା ଜାଣି ଯାଇଥିଲି। ମୋର ଧାର୍ମିକ ମାନ୍ୟତା କ’ଣ, ମୁଁ କେଉଁ ପୋଷାକ ପିନ୍ଧିବି, କେମିତି ବିମାନବନ୍ଦରରେ ଯିବି କ’ଣ ଖାଇବି ଏହା ମୋର ବ୍ୟକ୍ତି କଥା । ଏଥିପାଇଁ ମୁଁ କେବେ କାହାରି ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ କି କ୍ଷମା ବି ମାଗି ପାରିବି ନାହିଁ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking