28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକେନ୍ଦ୍ର ବଜେଟ ନେଇ କ’ଣ କହିଲେ ନବୀନ

କେନ୍ଦ୍ର ବଜେଟ ନେଇ କ’ଣ କହିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ବଜେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି । ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟର କେତେକ ସକରାତ୍ମକ ଦିଗକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ଅଭିବୃଦ୍ଧି ପାଇଁ କ୍ୟାପିଟାଲ ଇନଭେଷ୍ଟମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । କୋଭିଡ ଭ୍ୟାକ୍ସିନ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି । ବିତ୍ତୀୟ ନିଅଣ୍ଟ ଭରଣା ପାଇଁ କଠୋର ନିଷ୍ପତ୍ତି ନିଆଯାଇଛି । ଆତ୍ମନିର୍ଭର ଭାରତ ପାଇଁ ମଧ୍ୟମ ଓ ଦୀର୍ଘକାଳୀନ ଭିଜନ ହୋଇଛି । କେନ୍ଦ୍ରୀୟ ଟିକସରେ ଓଡିଶା ବ୍ୟାପକ ଭାବରେ ପ୍ରଭାବିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଓଡିଶା ହରାଇବ ୧୦,୮୪୦ କୋଟି । ପଂଚଦଶ ଅର୍ଥ କମିଶନ ସୁପାରିଶରେ ଓଡିଶାର ଭାଗ କମିବ । ଆସନ୍ତା ୫ ବର୍ଷ ପାଇଁ ଅର୍ଥ କମିଶନ ୪.୬ରୁ ୪.୫ ପ୍ରତିଶତକୁ ହ୍ରାସ ହେବ । ରାଜ୍ୟ ପାଇଁ ରେଳବାଇ, ରାଜପଥରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ଜରୁରୀ । ସାମାଜିକ କ୍ଷେତ୍ରରେ ଅଧିକ ପୁଂଜି ଆବଶ୍ୟକତା ରହିଛି । ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିବ । ମହିଳା, ଚାଷୀ, ଏମଏସଏମଇ କୁ ଋଣ ଦେବାରେ ବ୍ୟାଙ୍କକୁ ଉତ୍ତରଦାୟୀ କରାଯାଉ । ଓଡିଶା ପରି ଗ୍ରୀନ କେନ୍ଦ୍ରୀୟ ବଜେଟକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । କେନ୍ଦ୍ର ବଜେଟରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ କରିବାକୁ ଦାବି କରିଛନ୍ତି ନବୀନ । ଓଡିଶା ଏନେଇ ଲଢେଇ ଜାରି ରଖିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking