33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗତୃଣମୂଳ କଂଗ୍ରେସକୁ ଝଟକା

ତୃଣମୂଳ କଂଗ୍ରେସକୁ ଝଟକା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ବିଧାୟକ ଓ ମନ୍ତ୍ରୀ ଲକ୍ଷ୍‌ମୀ ରତନ ଶୁକ୍ଳା ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ପଦ ଛାଡି ଦେଇଛନ୍ତି । ବିଶେଷ ସୂତ୍ରରୁ ଏନେଇ ସୂଚନା ମିଳିଛି । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଅନେକ ନେତା ବିଜେପିରେ ଯୋଗ ଦେବାର କିଛି ଦିନ ପରେ ୩୯ ବର୍ଷୀୟ ଶୁକ୍ଳା ରାଜ୍ୟ କ୍ରୀଡା ମନ୍ତ୍ରୀ ପଦ ଛାଡି ବିଦାୟ ନେଇଛନ୍ତି । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଏବେ ଆଉ କିଛି ମାସ ହିଁ ବାକି ରହିଲା । ଏହି ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ପାଇଁ ବିଜେପି ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି । ସୁବେନ୍ଦ୍ର ଅଧିକାରୀଙ୍କ ଭଳି ପୂର୍ବ ସହଯୋଗୀ ବିଜେପି ସହ ଯୋଡିହେବା କାରଣରୁ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟାର କାରଣ ହୋଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା କହିଛନ୍ତି ଯେ , ନିର୍ବାଚନ ସମୟ ଆସି ପହଂଚିଲା ବେଳକୁ ଦିଦି (ମମତା ବାନାର୍ଜୀ) ଏକା ରହିଯିବେ । ସୂଚନା ଅନୁଯାୟୀ, ଲକ୍ଷ୍‌ମୀ ରତନ ଶୁକ୍ଳା ନିଜ ଇସ୍ତଫା ପତ୍ର ସିଏମ ମମତାଙ୍କୁ ପଠାଇ ଦେଇଛନ୍ତି । ଏହାର ଏକ କପି ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ମଧ୍ୟ ପଠାଇଛନ୍ତି । କ୍ରିକେଟର ରହିସାରିଥିବା ଶୁକ୍ଳାଙ୍କ ପୂର୍ବରୁ ରାଜ୍ୟ ପରିବହନ ମନ୍ତ୍ରୀ ସୁବେନ୍ଦ୍ର ଅଧିକାରୀ ଦଳ ଛାଡିଥିଲେ ଓ ବିଜେପିରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking