28.1 C
Bhubaneswar
Saturday, April 27, 2024
Homeଓଡିଶାୱେବ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ

ୱେବ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତଙ୍କୁ ଆଜି ଉଠାଇ ନେଇଛି ପୋଲିସ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଅଟକ ରଖିଛି । ଝାରପଡାସ୍ଥିତ ଅଫିସରୁ ଉଠାଇ ନେଇଛି ମହିଳା ଥାନା ପୁଲିସ । ଅପମାନଜନକ ଖବର ପ୍ରସାରଣ ନେଇ ଗତକାଲି ମହିଳା ଥାନାରେ ଏତଲା କରିଥିଲେ ଦୂତୀ ।

ଉଲ୍ଲେଖଯୋଗ୍ୟ , ଟୋକିଓରେ ନିଜର ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ତିନି ଜଣ ବ୍ୟକ୍ତି ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ ବୋଲି ଦୂତୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ମହିଳା ଥାନା ପୋଲିସ ୧୦୬ ନମ୍ବରରେ ମାମଲା ରୁଜୁ କରିଛି ।  ଏହାଛଡ଼ା ମହିଳାଙ୍କ ପ୍ରତି ଅଶୋଭନୀୟ ଆଚରଣ ନିରୋଧୀ ଆଇନର ଧାରା ୬ରେ ମଧ୍ୟ ମାମଲା ରୁଜୁ ହୋଇଛି । ଏ ସମ୍ପର୍କରେ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୂତୀ ଅଭିଯୋଗ କରି କହିଛନ୍ତି ଯେ ଟୋକିଓରେ ନୈରାଶ୍ୟଜନକ ପ୍ରଦର୍ଶନ ପରିପ୍ରେକ୍ଷୀରେ ଉପରୋକ୍ତ ବ୍ୟକ୍ତିବିଶେଷମାନେ ବିଭିନ୍ନ ଖବର ପ୍ରସାରଣ ମାଧ୍ୟମରେ ତାଙ୍କୁ ନିରୁତ୍ସାହିତ କରିଥିଲେ । ବିଶେଷକରି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସେମାନେ ଟାର୍ଗେଟ୍ କରିଥିଲେ ବୋଲି ଦୂତୀ ଅଭିଯୋଗ କରିଛନ୍ତି।

ସେହିପରି ଅଲିମ୍ପିକ୍ସ ପରି ଏକ ମେଗା ଇଭେଣ୍ଟ୍ ସମୟରେ ଆଥଲେଟ୍‌ମାନଙ୍କୁ ଦେଶସାରା ଉତ୍ସାହିତ କରାଯାଉଥିବା ବେଳେ ରାଜ୍ୟରେ ଦୂତୀଙ୍କୁ ନିରୁତ୍ସାହିତ କରିବା ଦୁର୍ଭାଗ୍ୟର ବିଷୟ ବୋଲି ତାଙ୍କ କୋଚ୍ ଶିବ ପ୍ରସାଦ ମିଶ୍ର କହିଛନ୍ତି । ଦୂତୀଙ୍କୁ ଅନ୍ୟ ରାଜ୍ୟରୁ ପ୍ରତିନିଧିତ୍ୱ କରିବାର ଅଫର୍ ମିଳୁଥିଲେ ମଧ୍ୟ ସେ ରାଜ୍ୟକୁ ବେଶ୍ ଭଲ ପାଉଥିବାରୁ ଏପରି ଅଫର୍‌କୁ ସବୁବେଳେ ଖାରଜ କରିଆସିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ମାନସିକ ନିର୍ଯାତନା ଦିଆଯିବା ନିହାତି ଦୁର୍ଭାଗ୍ୟଜନକ ଘଟଣା ବୋଲି ମିଶ୍ର କହିଛନ୍ତି । ସେହିପରି ଉପରୋକ୍ତ ୩ ବ୍ୟକ୍ତିଙ୍କ ବିରୋଧରେ ଭୁବନେଶ୍ୱର ସିଭିଲ୍ କୋର୍ଟରେ ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ମଧ୍ୟ ଦାଏର୍ କରାଯାଇଥିବା ଦୂତୀଙ୍କ ଆଇନ ଉପଦେଷ୍ଟା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking