30.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ଆଭ୍ୟନ୍ତରୀଣରେ ବର୍ଷିବ, ପଶ୍ଚିମରେ ପ୍ରବଳ ବର୍ଷା

ଆଜି ଆଭ୍ୟନ୍ତରୀଣରେ ବର୍ଷିବ, ପଶ୍ଚିମରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥା ବିଶେଷଜ୍ଞଙ୍କ ପୂର୍ବାନୁମାନ ସଦୃଶ ସୋମବାରଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିଛି । ଦିନକରେ ରାଜ୍ୟରେ ୨୦୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଥିବା ବେଳେ ଗଜପତି, କୋରାପୁଟ, ପୁରୀ, କଟକ, ଜଗତସଂହପୁର, ରାୟଗଡ଼ା ପ୍ରଭୃତ୍ତି ଜିଲ୍ଲାରେ ଭାରୀ ବର୍ଷା ରେକର୍ଡ ହୋଇଛି । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବାୟୁମଣ୍ଡଳର ୭.୬ କିମି ଉପରେ ଲମ୍ବିଥିବାବେଳେ ଏହା ସୋମବାର ରାତି ସୁଦ୍ଧା ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଯାହା ଫଳରେ ରାଜ୍ୟରେ ଦିନ ତମାମ ଲଗାଣ ବର୍ଷା ଜାରି ରହିଛି । ଉପକୂଳବର୍ତ୍ତି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଥିବାବେଳେ ଆଭ୍ୟନ୍ତାରୀଣ ତଥା ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ରେକର୍ଡ ହୋଇଛି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ଏହା କ୍ରମଶଃ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଥିବାବେଳେ ଆଜି ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା ରହିଛି ।

ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ମୁଖ୍ୟତଃ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ୱାର୍ଣ୍ଣିଂ ଜାରି କରିଛି । ଆସନ୍ତା ୪୮ ଘଣ୍ଟା ଯାଏ ଲଘୁଚାପର ପ୍ରଭାବ ଓଡ଼ିଶାରେ ନଜରକୁ ଆସିବ । ପରେ ୮ ଓ ୯ ତାରିଖରେ ରାଜ୍ୟରେ ବର୍ଷା ଆଂଶିକ ଭାବେ କମିବ । ଯାହାପାଇଁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୪୮ ଘଣ୍ଟା ଅର୍ଥାତ୍ ୮ ତାରିଖ ଯାଏ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଯାହାଫଳରେ ଆସନ୍ତା ୧୦ ତାରିଖରୁ ପୁଣି ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking