30.1 C
Bhubaneswar
Sunday, May 5, 2024
Homeଓଡିଶାଚାଷ ପାଇଁ ପୁଣି କାଳ ସାଜିଛି ଅଦିନିଆ ବର୍ଷା

ଚାଷ ପାଇଁ ପୁଣି କାଳ ସାଜିଛି ଅଦିନିଆ ବର୍ଷା

ଭୁବନେଶ୍ବର : ଚାଷ ପାଇଁ ପୁଣି କାଳ ସାଜିଛି ଅଦିନିଆ ବର୍ଷା। ଅମଳ ସମୟରେ ଧାନ ଉଜାଡ଼ିଥିଲା। ଆଉ ଏବେ ପନିପରିବା ବି ଉଜାଡ଼ିଛି। ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଉଦ୍ୟାନ କୃଷି ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। କେଉଁଠି ପନିପରିବା ଚାଷ ହୋଇଥିବା ଜମିରେ ପାଣି ଜମି ରହିଛି ତ ଆଉ କେଉଁଠି କୋବିକୁ ମାଡ଼ କରିଛି କୁଆପଥର। ବଡ଼ ବଡ଼ କୁଆପଥର ପଡ଼ିବାରୁ ପଶ୍ଚିମ ଓଡ଼ିଶାର ଏକର ଏକର ଜମିରେ ଚାଷ ହୋଇଥିବା ପିଆଜ ପଚିଯାଇଛି।

ଉପକୂଳ ଓଡ଼ିଶାରେ ଧାଳ ଅମଳ ବି ବିଳମ୍ବିତ ହୋଇଛି। କେତେକ ସ୍ଥାନରେ ମଣ୍ଡିରେ ଜମା ହୋଇ ରହିଥିବା ଧାନ କୁଆପଥର ବର୍ଷା ମାଡ଼ ଖାଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି। କୁଆପଥର ବର୍ଷାର ମାତ୍ରା ଏବେ ଭୟଙ୍କର ଥିଲା ଯେ ନବରଙ୍ଗପୁରରେ ଲୋକଙ୍କ ଚାଷ ଛପର ଘର ମଧ୍ୟ ଭାଙ୍ଗି ଦେଇଛି। ରାସ୍ତା ଉପରେ ୨ରୁ ୩ ଇଞ୍ଚ୍‌ର କୁଆପଥର ଗଦା ହୋଇପଡ଼ିଥିବା ନଜରକୁ ଆସିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ୧୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ।

କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ସ୍ଥାନେ ସ୍ଥାନେ ୬୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହେବାରୁ ଥିବାରୁ ରାଜ୍ୟରେ କୃଷି କ୍ଷେତ୍ର ଉପରେ ପ୍ରଭାବ ପଡ଼ିବ। ୧୭ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ ଚାଷୀମାନେ ସତର୍କତା ଅବଲମ୍ବନ କରିବା ସହ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking