30.1 C
Bhubaneswar
Sunday, May 19, 2024
Homeକରୋନାସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର କୋଭିଡସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୪ଟା ୩୦ରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହେବ । ଜାନୁଆରି ୯ରେ ମଧ୍ୟ ଦେଶର ସଂକ୍ରମଣ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ବୈଠକରେ ଟିକାକରଣ ବଢ଼ାଇବା ସହ ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରସ୍ତୁତ ରଖିବା ପାଇଁ ମୋଦୀ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ । ଏପଟେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ଅତି କମରେ ୪୮ ଘଣ୍ଟା ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ରଖିବା ପାଇଁ କହିଛନ୍ତି ।

ଏହା ସହ ରୋଗୀଙ୍କ ତୁରନ୍ତ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ତେବେ ଆଜିର ବୈଠକରେ ପ୍ରଧାନମନ୍ତ୍ରୀ କେଉଁ ବିଷୟରେ ଆଲୋଚନା କରିବେ ଏବଂ କ’ଣ ନିଷ୍ପତ୍ତି ନିଆଯିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଗତକାଲି ମହାମାରୀ ସଂକ୍ରମଣସଂଖ୍ୟା ୧ ଲକ୍ଷ ୯୪ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ସାଢ଼େ ୪ ଶହ ପାଖାପାଖି ରହିଥିଲା। ଗତକାଲି ୧,୯୪,୭୨୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪୨ ମୃତ୍ୟୁ ରେକର୍ଡ କରାଯାଇଥିଲା। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୬୦,୭୦,୫୧୦ ଓ ମୃତ୍ୟୁସଂଖ୍ୟା ୪, ୮,୮୪,୬୫୫ରେ ପହଞ୍ଚିଛି। ଏହା ସହ ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୯,୫୫,୩୧୯।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking