29.1 C
Bhubaneswar
Monday, May 6, 2024
Homeଅପରାଧପ୍ରେମିକାକୁ ଧର୍ମ ବଦଳାଇବାକୁ ବାଧ୍ୟ କରି ହିଂସ୍ର ପାଲଟିଲା ପ୍ରେମିକ....

ପ୍ରେମିକାକୁ ଧର୍ମ ବଦଳାଇବାକୁ ବାଧ୍ୟ କରି ହିଂସ୍ର ପାଲଟିଲା ପ୍ରେମିକ….

ଇନ୍ଦୋର: ‘ଦି କେରଳ ଷ୍ଟୋରି’ ଫିଲ୍ମ ଦେଖିବା ପରେ ଇନ୍ଦୋରରେ ଜଣେ ୨୩ ବର୍ଷୀୟ ଯୁବକ ନିଜ ଲିଭ୍‌-ଇନ୍ ପାର୍ଟନରଙ୍କୁ ଦୁଷ୍କର୍ମ କରିବା ସହ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବା ଅଭିଯୋଗ ହୋଇଛି । ଯୁବକଙ୍କ ପ୍ରେମିକା ଜଣକ ଏ ନେଇ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ‘ଦି କେରଳ ଷ୍ଟୋରି’ ଦେଖିବା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ଦୁଷ୍କର୍ମ କରିବା ସହ ଧର୍ମ ବଦଳାଇବାକୁ ଚାପ ପକାଇଥିଲେ । ମଧ୍ୟପ୍ରଦେଶ ଫ୍ରିଡମ୍ ଅଫ୍ ରିଲିଜିୟନ୍ ଆକ୍ଟ ୨୦୨୧ ଅନୁଯାୟୀ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଖଜ୍ରାନା ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଦୀନେଶ ବର୍ମା ଗଣମାଧ୍ୟମକୁ କହିଛନ୍ତି ।

ଯୁବକ ଜଣକ ଯୁବତୀଙ୍କୁ ବିବାହର ଆଶା ଦେଇ ତାଙ୍କ ସହ ସଂପର୍କ ସ୍ଥାପନ କରିବା ପରେ ପ୍ରତାରଣା କରିଥିବା ଯୁବତୀ ଅଭିଯୋଗ ଆଣିଛନ୍ତି । ଯୁବତୀ ତାଙ୍କ ଅଭିଯୋଗରେ କହିଛନ୍ତି କି ସେ ଏବଂ ତାଙ୍କ ପୁରୁଷ ବନ୍ଧୁ ନିକଟରେ ‘ଦି କେରଳ ଷ୍ଟୋରି’ ଦେଖିବାକୁ ସିନେମା ହଲ୍‌କୁ ଯାଇଥିଲେ । ଫିଲ୍ମ ଦେଖିବା ପରେ ଦୁହେଁ ଯୁକ୍ତିତର୍କ କରିଥିଲେ ଏବଂ ଏହି କଥାକୁ ନେଇ ଯୁବକ ଜଣକ ତାଙ୍କୁ ଅସଦାଚରଣ କରିଥିଲେ । ତାପରେ ଯୁବତୀ ପୁଲିସ୍ ନିକଟକୁ ଯାଇ ଏକ ମାମଲା ରୁଜୁ କରିଥିଲେ । ଏହି ଘଟଣାକୁ ନେଇ ଆବଶ୍ୟକୀୟ ତଦନ୍ତ କରାଯାଉଛି ବୋଲି ଦୀନେଶ ବର୍ମା କହିଛନ୍ତି । ମେ ୫ ତାରିଖରେ ହଲରେ ମୁକ୍ତିଲାଭ କରିଥିବା ‘ଦି କେରଳ ଷ୍ଟୋରିରେ’ କେରଳର ମହିଳାମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିବା ପ୍ରଦର୍ଶିତ କରାଯାଇଛି । ରିଲିଜ ହେବା ପୂର୍ବରୁ ଏହାର ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଏହାକୁ ନିଷେଧ ବି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking