38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତାମିଲନାଡୁରେ ଗୁଟକା-ପାନ ମସଲା ଆଉ ବର୍ଷକ ପାଇଁ ବ୍ୟାନ୍‌

ତାମିଲନାଡୁରେ ଗୁଟକା-ପାନ ମସଲା ଆଉ ବର୍ଷକ ପାଇଁ ବ୍ୟାନ୍‌

ଚେନ୍ନାଇ: ତାମିଲନାଡୁ ସରକାର ଗୁଟକା, ପାନ ମସଲା, ସୁଗନ୍ଧିତ ତମାକୁ ଓ ନିକୋଟିନ୍ ଥିବା ଉତ୍ପାଦ ଉପରେ ଲଗାଇଥିବା କଟକଣାକୁ ଆଉ ଏକ ବର୍ଷ ପାଇଁ ବଢାଇ ଦେଇଛନ୍ତି । ଏବେ ମଇ ୨୦୨୪ ପର୍ଯ୍ୟନ୍ତ ଏହା ଉପରେ କଟକଣା ଜାରି ରହିବ । କମିଶନର ଅଫ୍ ଫୁଡ୍ ସେଫଟି ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ୍ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ମାଡ୍ରାସା ହାଇକୋର୍ଟ ସରକାରଙ୍କ ବ୍ୟାନ୍‌କୁ ଭୁଲ ବାଲି କହିଥିଲେ, କିନ୍ତୁ ପରେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ତମାକୁ ଓ ଗୁଟକା ନିର୍ମାତା କମ୍ପାନୀ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦ ଜାନୁଆରୀରେ ହାଇକୋର୍ଟ ସରକାରଙ୍କ ରାୟକୁ ରଦ୍ଦ କରିଦେଇଥିଲେ ।

ହାଇକୋର୍ଟ କହିଥିଲେ, ସରକାର ଅତିବେଶୀରେ ଏକ ବର୍ଷ ପର୍ଯ୍ୟନ୍ତ ଏହି ଉତ୍ପାଦ ଉପରେ କଟକଣା ଲଗାଇ ପାରନ୍ତି । ହାଇକୋର୍ଟ କହିଥିଲେ, ଏଭଳି ଲଗାତାର ବ୍ୟାନ୍‌କୁ ଆଗକୁ ବଢାଇବା ଭୁଲ । ଏହାପରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ । ରାଜଧାନୀ ଦିଲ୍ଲୀରେ ମଧ୍ୟ ତମାକୁ ଓ ପାନ ମସଲାର, ଉତ୍ପାଦନ ଓ ବିତରଣ ଉପରେ କଟକଣା ଲଗାଯାଇଛି । ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ସେହି ରାୟକୁ ଓଲଟାଇ ଦେଇଛନ୍ତି, ଯେଉଁଥିରେ କଟକଣା ଲଗାଯିବାର ନିର୍ଦେଶକୁ ଖାରଜ କରାଯାଇଥିଲା । ଏହି କାରବାରରେ କାମ କରୁଥିବା ଲୋକ ସରକାରଙ୍କ ନୋଟିଫିକେସନ୍ ବିରୋଧରେ କୋର୍ଟ ଯାଇଥିଲେ । ୨୦୨୨ ରେ ତମାକୁ ତିଆରି କରୁଥିବା ସ୍ଥାନୀୟ କାରବାରୀଙ୍କ ପକ୍ଷରେ ରାୟ ଆସିଥିଲା, କିନ୍ତୁ ପରେ ସୁପ୍ରିମକୋର୍ଟଙ୍କ ଏକକ ଖଣ୍ଡପୀଠ ରାୟକୁ ଖାରଜ କରିଥିଲେ । ଗତ ବର୍ଷ ଦିଲ୍ଲୀ ଏମ୍ସକୁ ତମାକୁ ଫ୍ରି ଜୋନ୍ ଭାବରେ ଘୋଷିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking