34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପ୍ରେମିକ ବନି ମୁମ୍ବାଇରେ ମିଛ ପ୍ରେମିକାଙ୍କୁ ବିକିବାକୁ ଆଣିଥିଲେ ଯୁବକ; ତା’ପରେ କ’ଣ ହେଲା ପୁରା...

ପ୍ରେମିକ ବନି ମୁମ୍ବାଇରେ ମିଛ ପ୍ରେମିକାଙ୍କୁ ବିକିବାକୁ ଆଣିଥିଲେ ଯୁବକ; ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ମୁମ୍ବାଇ: ମୁମ୍ବାଇର ତିଲକ ନଗର ପୋଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । ଦମ୍ପତି ଉତ୍ତରପ୍ରଦେଶର ଆଜମଗଡ଼ରୁ ଜଣେ ଯୁବତୀଙ୍କୁ ନେଇ ମୁମ୍ବାଇ ବେଶ୍ୟାଳୟରେ ବିକ୍ରି କରିବାକୁ ଆସି ପୋଲିସ ହାତରେ ଧରାପଡ଼ିଛନ୍ତି । ତେବେ ପୋଲିସ ଏ ସଂପର୍କରେ ଜାଣିପାରି ଦମ୍ପତିଙ୍କୁ ଗିରଫ କରିବା ପରେ ପୀଡ଼ିତା ଯୁବତୀଙ୍କ ପରିବାର ଲୋକଙ୍କୁ ଏ ନେଇ ସୂଚନା ଦେଇଛି । ପୋଲିସ ପୀଡ଼ିତା ଯୁବତୀଙ୍କୁ ଉଦ୍ଧାର କରି ମହିଳା ସୁଧାର ଗୃହକୁ ପଠାଇଥିବା ବେଳେ ଅଭିଯୁକ୍ତ ଦମ୍ପତି ଏହି ଯୁବତୀଙ୍କ ପରି ଆହୁରି କେତେ ଜଣଙ୍କ ସହ ଏପରି କରିଛନ୍ତି ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଆଞ୍ଚଲ ଶର୍ମା ଏବଂ ତାଙ୍କ ସ୍ୱାମୀ ଅମନ ଶର୍ମା । ସେ ଦୁଇ ଜଣ ଯାକ ହେଉଛନ୍ତି ୟୁପିର ଆଜମଗଡ଼ର ଖାଲିସପୁର ଗ୍ରାମର ବାସିନ୍ଦା । ପୋଲିସ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ବର୍ଷେ ତଳେ ଅଭିଯୁକ୍ତ ଅମନ ଯୁବତୀଙ୍କ ସହ ଆଜମଗଡ଼ରେ ଭେଟ ହୋଇଥିଲେ । ସେ ନିଜକୁ ଅବିବାହିତ ବୋଲି କହି ଯୁବତୀଙ୍କ ସହ ଭଲପାଇବାର ନାଟକ ରଚିଥିଲେ ।

ପ୍ରାୟ ୧ ବର୍ଷ ଧରି ମିଛ ପ୍ରେମିକ ସାଜିବା ପରେ ଯୁବତୀଙ୍କୁ ତାଙ୍କ ସହ ଫେରା?ର୍ ହୋଇ ମୁମ୍ବାଇରେ ଯାଇ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ତେବେ ପ୍ରେମରେ ଅନ୍ଧ ହୋଇ ଯୁବତୀ ଜଣକ ମଧ୍ୟ ଅମନଙ୍କ ସହ ମୁମ୍ବାଇ ଚାଲି ଆସିଥିଲେ । ରାସ୍ତାରେ ଯୁବତୀ ଜଣକ ଅମନଙ୍କ ସହ ଜଣେ ମହିଳାଙ୍କୁ ଦେଖି ଇଏ କିଏ ବୋଲି ପ୍ରଶ୍ନ କରିବାରୁ ଅମନ ମହିଳାଙ୍କୁ ତାଙ୍କର ଭାଉଜ ବୋଲି କହିଥିଲେ । ବାସ୍ତବରେ ମହିଳା ଜଣକ ଥିଲେ ଅମନଙ୍କ ପତ୍ନୀ ଆଞ୍ଚଲ । ମୁମ୍ବାଇରେ ପହଞ୍ଚିବା ପରେ ଅମନ ଏକ ଅଟୋ ଚାଳକଙ୍କୁ ରେଡ୍ ଲାଇଟ୍ ଅଞ୍ଚଳ କୁଆଡ଼େ ବୋଲି ପଚାରିବା ସହ ସେ ୪୦ ହଜାର ଟଙ୍କାରେ ଜଣେ ଯୁବତୀଙ୍କୁ ବିକ୍ରି କରିବାକୁ ଚାହାନ୍ତି ବୋଲି କହିଥିଲେ । ଅଟୋ ଚାଳକ ଜଣକ ନିଜର ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ପୋଲିସକୁ କଲ୍ କରିବାରୁ ସବୁ ସତ ପଦାକୁ ଆସିଥିଲା ଓ ଧରାପଡ଼ିଥିଲା ଅପରାଧୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking