34.1 C
Bhubaneswar
Saturday, April 27, 2024
Homeଓଡିଶାଆବାସ ବଣ୍ଟନ ଅନିୟମିତତା କୁ ନେଇ ବ୍ଲକ ସମ୍ମୁଖରେ ରେ ଧାରଣାବସିଲେ ପାଲଟ ପୁର ପଂଚାୟତ...

ଆବାସ ବଣ୍ଟନ ଅନିୟମିତତା କୁ ନେଇ ବ୍ଲକ ସମ୍ମୁଖରେ ରେ ଧାରଣାବସିଲେ ପାଲଟ ପୁର ପଂଚାୟତ ବାସି

ଯାଜପୁର : ଜିଲ୍ଲାର ଦଶରଥ ପୁର ବ୍ଲକ ରେ ଆବାସ ବଣ୍ଟନ ଅନିୟମିତତା କୁ ନେଇ ବ୍ଲକ ସମ୍ମୁଖରେ ଧାରଣା ରେ ବସିଲେ ପଞ୍ଚାୟତ ବାସୀ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଅନ୍ତର୍ଗତ ପାଲଟପୁର ପଞ୍ଚାୟତ ର ବହୁତ ଲୋକେ ସରକାରୀ ଆବାସ ତଥା- ଇନ୍ଦିରା ଆବାସ, ମୋକୁଡିଆ, ବିଯୁପକାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦ ପଡିଛନ୍ତିି। ଯାହାଫଳ ରେ ଆଜି ପାଲଟ ପୁର ପଞ୍ଚାୟତ ର ଆବାସ ତାଲିକାରୁ ବାଦ ପଡ଼ିଥିବା ହିତାଧିକରି ଦଶରଥ ପୁର ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତିି। ପାଲଟପୁର ପଞ୍ଚାୟତ ରେ ରାଜନୈତିକ ଉଦେଶ୍ୟ ରଖି ପାତରନ୍ତର କରାଯାଉଛି ବୋଲି ସାଧାରଣ ଲୋକେ ଦାବି କରିଛନ୍ତି। ସରକାରୀ ସହାୟତା ଗୁଡିକୁ ଦଳୀୟ ହିସାବ ରେ ବଣ୍ଟନ କରାଯାଉଛିି, ଯାହାଫଳ ରେ ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ସହାୟତା ପାଇବା ରୁ ବଞ୍ଚିତ ହେଉଛନ୍ତିି। ,ବ୍ଲକ ର ଅଧକ୍ଷ୍ୟା ଶ୍ରୀମତୀ ସୁଜାତା ସାହୁ ଏବଂ ଜିଲ୍ଲା ସଭାପତି ସରୋଜ କୁମାର ସାହୁ ଧାରଣା ସ୍ଥଳରେ ପହଂଚି ସମସ୍ତ ଙ୍କୁ ବୁଝାସୁଜା କରିବା ସହ ଆବାସ ତାଲିକାରୁ ବାଦ ପଡ଼ିଥିବା ହିତାଧିକାରୀ ଙ୍କୁ ବିଡିଓ ଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ପାଲଟ ପୁର ପଞ୍ଚାୟତ ରେ ତଦନ୍ତ କରି ଆବାସ ତାଲିକା ରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତିି। ଯାହାଫଳ ରେ ବ୍ଲକ ସମ୍ମୁଖରେ ବସିଥିବା ପାଲଟପୁର ପଞ୍ଚାୟତ ବାସୀ ଧାରଣା ସ୍ଥଳ ରୁ ଉଠିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking