28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ବର ଫେରନ୍ତାଙ୍କୁ ଗାଁରେ ରହିବାକୁ ଦେଲେନି

ଭୁବନେଶ୍ବର ଫେରନ୍ତାଙ୍କୁ ଗାଁରେ ରହିବାକୁ ଦେଲେନି

ବରୀ : ଭୁବନେଶ୍ବରରେ କରୋନା ପଜିଟିଭଙ୍କ ସଂଖ୍ୟା ଅଧିକ ରହିଛି। କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ, ଗାଁ ଗହଳିରେ ଲୋକମାନେ ଭୁବନେଶ୍ବର ଫେରନ୍ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଗାଁ ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରୁଛନ୍ତି। ଫଳରେ, ଯାଜପୁର ବରୀ ଅଂଚଳରେ ଏକ ପରିବାରକୁ କ୍ୱାରେଣ୍ଟାଇନରେ କେନ୍ଦ୍ରରେ ରାତ୍ରିଯାପନ କରିବାକୁ ପଡ଼ିଛି। ଘରେ ଜଣଙ୍କର ଦେହାନ୍ତ ହେବାରୁ ଶୁଦ୍ଧିକ୍ରିୟା ପାଇଁ ପରିବାର ପରିବାର ଭୁବନେଶ୍ବରରୁ ବରୀ ଯାଇଥିଲେ। ପିତାଙ୍କ ଦେହାନ୍ତ ଯୋଗୁଁ ଭୁବନେଶ୍ବରରେ ରହୁଥିବା ବରୀ ବ୍ଲକ ରତ୍ନଗିରି ଅଞ୍ଚଳର ଗୋଟିଏ ପରିବାର ରତ୍ନଗିରି ଆସି ଶୁଦ୍ଧିକ୍ରିୟା କରିଥିଲେ। ଏହି ପରିବାର ଭୁବନେଶ୍ବରରେ ସ୍ଥାୟୀ ଭାବେ ରହନ୍ତି । ସେମାନଙ୍କ ଜନ୍ମମାଟି ରତ୍ନଗିରିରେ ସ୍ଥାୟୀ ଘର ନାହିଁ। ଶୁଦ୍ଧିକ୍ରିୟା ସମାପନ ପରେ ସେମାନଙ୍କ ମାମୁଘର ବାଇଁଶିରିଆ ଗ୍ରାମକୁ ରହିବା ପାଇଁ ଯାଇଥିଲେ। ପୂର୍ବରୁ ମଧ୍ୟ ଗାଁକୁ ଆସିଲେ ସେମାନେ ମାମୁଘରେ ରହିଥା’ନ୍ତି। ମାମୁଘର କେହି ନଥିବାରୁ ଉତ୍ତରାଧିକାରୀ ଭାବେ ସେମାନେ ଏହି ଘରକୁ ବ୍ୟବହାର କରିଥାନ୍ତି। ହେଲେ, ଏଥର କିନ୍ତୁ ପରିସ୍ଥିତି ଥିଲା ଅଲଗା। କରୋନା ସଂକ୍ରମଣ ଭୟରେ ଏହି ପରିବାରକୁ ଗ୍ରାମବାସୀ ଏଠାରେ ରହିବାକୁ ଦେଇ ନଥିଲେ। ବାଧ୍ୟହୋଇ ଏହି ପରିବାର ବାଇଁଶିରିଆ ପଞ୍ଚାୟତ ପକ୍ଷରୁ ସ୍ଥାପନ କରାଯାଇଥିବା କ୍ୱାରେଣ୍ଟାଇନରେ କେନ୍ଦ୍ର ବିଧାନଚନ୍ଦ୍ର ଏକାଡେମୀରେ ଗୋଟିଏ ରାତି ଆଶ୍ରୟ ନେଇଥିଲେ। ଶନିବାର ତହସିଲଦାର, ଭାରପ୍ରାପ୍ତ ବିଡିଓ ଏବଂ ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ବାଇଁଶିରିଆ ଗ୍ରାମରେ ଥିବା ମାମୁଘରକୁ ସେମାନେ ଯାଇପାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking