ତାଣ୍ଡବ ରଚିଛି କରୋନା : ଭାରତରେ କରୋନା ନେଲା ୨୭୩ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୩ରେ ପହଞ୍ଚି ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୮୩୫୬ ରହିଛି। ୭୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ,ଆନ୍ଧ୍ରପ୍ରଦେଶରେ(୬),ଆସାମରେ(୧),ବିହାରରେ(୧),ଦିଲ୍ଲୀରେ(୧୯),ଗୁଜୁରାଟରେ(୨୨),ହରିୟାଣାରେ(୩) ହିମାଚଳ ପ୍ରଦେଶରେ(୧), ଜମ୍ମୁ ଓ କାଶ୍ମୀରରେ(୪) ଝାଡ଼ଖଣ୍ଡରେ(୧) କର୍ଣ୍ଣାଟକରେ(୬) କେରଳରେ(୨) ମଧ୍ୟପ୍ରଦେଶରେ(୩୬) ମହାରାଷ୍ଟ୍ରରେ (୧୨୭), ଓଡ଼ିଶାରେ(୧) ପଞ୍ଜାବରେ(୧୧) ରାଜସ୍ଥାନରେ(୩) ତାମିଲନାଡୁରେ(୧୦), ତେଲେଙ୍ଗାନାରେ(୯) ଉତ୍ତରପ୍ରଦେଶରେ(୫) ଓ ପଶ୍ଚିମବଙ୍ଗରେ(୫)ଜଣ । କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୪୬ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୭,୧୮୯ ଏବେ ଚିକିତ୍ସାଧୀନ ଥିବାବେଳେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୯୬୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।