38.1 C
Bhubaneswar
Friday, April 26, 2024
Homeଓଡିଶାଅଙ୍ଗନୱାଡୀ କର୍ମୀ ବହିଷ୍କାର ଦାବିରେ ଉପଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ 

ଅଙ୍ଗନୱାଡୀ କର୍ମୀ ବହିଷ୍କାର ଦାବିରେ ଉପଜିଲ୍ଲାପାଳଙ୍କୁ ଘେରିଲେ ଗ୍ରାମବାସୀ 

ଖୋର୍ଦ୍ଧା : ଅଙ୍ଗନୱାଡୀ କର୍ମୀଙ୍କ , ଦୁର୍ନୀତି ,ବେନିୟମ, ମନମୂଖି କାର୍ଯ୍ୟ ଏବଂ ଅଙ୍ଗନୱାଡୀ କେନ୍ଦ୍ରକୁ ଆସୁଥିବା କୋମଳତୀ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର ଯୋଗାଉଥିବା ଖାଦ୍ୟକୁ ସର୍ବସାଧାରଣରେ ବିକ୍ରୀ କରିବା ସହିତ ଏହାର ପ୍ରତିବାଦ କଲେ ଗ୍ରାମବାସିଙ୍କୁ ସେମାନଙ୍କର ସମ୍ପର୍କିୟ ମାନେ ସର୍ବସମ୍ମୁଖରେ ଅସଦାଚରଣ , ମାରପିଟ ଏବଂ ରକ୍ତାତ ଆକ୍ରମଣ କରୁଥିବାର ସଙ୍ଗିନ ଅଭିଯୋଗ ଖୋର୍ଦ୍ଧା ଉପଖଣ୍ଡ ଅଧିନ ବାଣପୁର ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବଡଶିରେଇ ଗ୍ରାମର ଶତାଧିକ ଗ୍ରାମବାସୀ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅସାଧୁ ଅଙ୍ଗନୱାଡୀ କର୍ମୀଙ୍କୁ ତୁରନ୍ତ ବହିଷ୍କାର ଦାବିରେ ବଡଶିରେଇ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଧରି ଘେରିବା ସହିତ ଧାରଣାରେ ବସି ରହିଥିଲେ । ସୂଚନା ଅନୁଯାୟୀ, ବଡଶିରେଇ ଗ୍ରାମରେ ଅଙ୍ଗନୱାଡୀ କେନ୍ଦ୍ର କ ଏବଂ ଖ ନାମରେ ଦୁଇ ଗୋଟି କେନ୍ଦ୍ର ରହିଅଛି । ଏହି କେନ୍ଦ୍ରରେ କାର୍ଯ୍ୟରତ ଥିବା ଅଙ୍ଗନୱାଡୀକର୍ମୀ ଦୁଇ ଜଣ ଗତ ଦୁଇ ବର୍ଷ ଧରି ବହୁ ଦୁର୍ନୀତିରେ ଲିପ୍ତ ରହୁଥିବାର ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରିବାରୁ ସେମାନଙ୍କର ସ୍ୱାମୀ ଏବଂ ସମ୍ପର୍କୀୟ ମାନେ ଗ୍ରାମବାସୀଙ୍କୁ ଧମକ ଦେବା ସହିତ ୨୦୧୯ ମସିହା ସେପ୍ଟମ୍ବର ୨୨ ତାରିଖରେ ଗ୍ରାମ୍ୟ କମିଟି ସଭାରେ କମିଟିର ସଦସ୍ୟ ପ୍ରଭାକର ମହାରଣାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଗୁରତର କରିଥିଲେ । ଏହି ଘଟଣା ଏବେ ବିଚାରଧିନ ରହିଛି । ବାରମ୍ବାର ଏହିପରି ଅପ୍ରିତିର ଘଟଣା ମାନ ଘଟାଇ ଚାଲିଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ଦୁଇ ଅଙ୍ଗନୱାଡୀ କର୍ମୀଙ୍କ କାର୍ଯ୍ୟ କଳାପ ସମ୍ପର୍କରେ ବିଭାଗିୟ ମନ୍ତ୍ରୀ , ଜିଲ୍ଲାପାଳ , ଉପଜିଲ୍ଲାପାଳ , ବାଣପୁର ସିଡିପିଓ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ବାଣପୁର ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ଘଟଣା ସମ୍ପର୍କରେ ବାଣପୁର ବିଡିଓ ହସ୍ତକ୍ଷେପ କରି ଗ୍ରାମବାସିଙ୍କ ସହିତ ବାଣପୁର ସିଡିପିଓ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ବାଣପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ଗ୍ରାମବାସିଙ୍କୁ ଚଳିତ ବର୍ଷ ଫେବୃଆରୀ ୧୧ତାରିଖରେ ପ୍ରତିଶୃତି ଦିଆଯାଇଥିଲା । ମାତ୍ର ଦିର୍ଘ ଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାନିକ କାର୍ଯ୍ୟାନୁଷ୍ଠାନ ନହେବା ଫଳରେ କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଅଙ୍ଗନୱାଡୀ କେନ୍ଦ୍ରକୁ ଆସୁଥିବା ଖାଦ୍ୟରେ ବିଷ ମିଶାଇ ମାରି ଦେବାର ଧମକ ସମ୍ପୃକ୍ତ ଦୁଇ ଅଙ୍ଗନୱାଡୀକର୍ମୀ ଦେଉଥିବାର ଗ୍ରାମବାସୀମାନେ ଲିଖିତ ଭାବେ ଉପଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking