28.1 C
Bhubaneswar
Saturday, April 27, 2024
Homeଓଡିଶାଦୁର୍ଗମ ଅଞ୍ଚଳର କାରିଡ଼ି ପଦର ଗ୍ରାମରେ ପକ୍କା ରାସ୍ତା ନିର୍ମାଣ ପାଇ ଗ୍ରାମବାସୀଙ୍କ ଦାବି

ଦୁର୍ଗମ ଅଞ୍ଚଳର କାରିଡ଼ି ପଦର ଗ୍ରାମରେ ପକ୍କା ରାସ୍ତା ନିର୍ମାଣ ପାଇ ଗ୍ରାମବାସୀଙ୍କ ଦାବି

କୋରପୁଟ : ଦୀର୍ଘ ୧୨ବର୍ଷ ହେବ ଉପାନ୍ତ ଅଞ୍ଚଳ କାରଡ଼ି ପଦରରେ ଛୋଟିଆ କଲବର୍ଟ ନିର୍ମାଣ ହାଇଥିଲା । କିଛି ଦିନ ଵ୍ୟଵଦାନ ପରେ କଲବର୍ଟ ଭାଙ୍ଗି ପଡିଲା ଓ ରାସ୍ତା ପଚ ପଚ କାଦୁଅ ଖାଲ ହାଇ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି ଏହି ଗ୍ରାମ। କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକ ତଳ ଗୁମାଣ୍ଡି ପଂଚାୟତ କାରିଡ଼ି ପଦର ଗ୍ରାମର ରାସ୍ତା ଦେଖିବାକୁ ମିଳିଛି ଦୁର୍ଗମ ଅଞ୍ଚଳ ଗ୍ରାମ ହାଇ ଥିବାବେଳେ ଆଦିବାସୀ କନ୍ଧ ସମ୍ପ୍ରଦାୟର ୬୫, ପରିବାର ଏବଂ ୩୦୦ରୁ ଉର୍ଦ୍ଧ ଲୋକ ବସ ବାସ କରୁଛନ୍ତି। ଏହି ରାସ୍ତା ଅବ୍ୟବସ୍ଥାରେ ଥିବାବେଳେ ଯାତାୟତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। କିନ୍ତୁ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ, ବ୍ଲକ ଗୋଷ୍ଠୀ ଉନ୍ନୟନ ଆଧିକାରୀ, ବିଧାୟକ ସାଂସଦକୁ ଅବଗତ କରିଥିଲେ ମଧ୍ୟ ଆମ ଗ୍ରାମରାସ୍ତା ପ୍ରତି ଧ୍ୟାନ ଦେଉ ନଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ତେବେ ଉପାନ୍ତ ଅଞ୍ଚଳ ହାଇଥିବା କାରିଡି ପଦର ଗ୍ରାମର ପକ୍କା ରାସ୍ତା କେବେ ହେବ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking