29.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗପାଠକ ବାପ ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍

ପାଠକ ବାପ ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱର : ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଗିରଫ ମାମଲାରେ ଉଭୟ ବାପ, ପୁଅଙ୍କୁ ଜାମିନ ମିଳିଛି । ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କ ଜାମିନ ମଂଜୁର କିରଛନ୍ତି । ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଛନ୍ତି । ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଉଭୟ ପାଠକ ବାପପୁଅଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ପାଠକଙ୍କ ରେଡରେ ସାମିଲ ଥିଲେ ଦେଢ’ଶ ଭିଜିଲାନ୍ସ ଅଫିସର । ରାଜ୍ୟ ଓ ରାଜ୍ୟ ବାହାରେ ଏକକାଳୀନ ରେଡ କରିଥିଲେ । ରେଡ କରି ଗିରଫ କରିଥିଲେ ବି ଚାର୍ଜସିଟ ଦେଇପାରିନଥିଲା ଭିଜିଲାନ୍ସ । ଜାମିନ ପାଇଥିଲେ ବି ଏବେ ଜେଲରୁ ମୁକୁଳି ପାରିବେନି ବାପ ପୁଅ । ଭିଜିଲାନ୍ସ କେସରୁ ଜାମିନ ମିଳିଥିଲେ ବି କ୍ରାଇମବ୍ରାଂଚ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking