30.1 C
Bhubaneswar
Thursday, May 9, 2024
Homeସରସ୍ୱତୀ ପୂଜା -2024ଧରାପୃଷ୍ଠରେ ଅବତରଣ କରିବେ ବିଦ୍ୟାଦାତ୍ରୀ ମା' ସରସ୍ବତୀ

ଧରାପୃଷ୍ଠରେ ଅବତରଣ କରିବେ ବିଦ୍ୟାଦାତ୍ରୀ ମା’ ସରସ୍ବତୀ

ଭୁବନେଶ୍ୱର : ଚଳିତ ବର୍ଷ ଫେବ୍ରୁଆରୀ ୧୪ ତାରିଖରେ ପବିତ୍ର ବସନ୍ତପଞ୍ଚମୀ ବା ଶ୍ରୀଞ୍ଚମୀ । ଏହି ଦିନ ମା’ ସରସ୍ବତୀଙ୍କୁ ଆରଧନାର ଦିନ । ଧରାପୃଷ୍ଠକୁ ଅବତରଣ କରିବେ ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ । ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ । ସ୍କୁଲ, କଲେଜ ଓ ଅନ୍ୟାନ ଶିକ୍ଷାନୁଷ୍ଠାନରେ ମା’ଙ୍କର ସ୍ବତନ୍ତ୍ର ପୂଜା ବହୁ ଉତ୍ସାହର ସହିତ ପାଳନ କରାଯିବ । ମା’ଙ୍କୁ ଆରଧନା କରିବେ ବିଦ୍ୟାର୍ଥୀ । ପ୍ରଭାତରୁ ଉଠି ମା’ ପୂଜା ପାଇଁ ସରଞ୍ଜାମ ଯୋଗାଡ କରି ପୂଜା କରିବେ । ବିଦ୍ୟା ସରସ୍ବତୀଙ୍କ ସ୍ବରୁପ ଓ ଶକ୍ତି । ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନଥାନ୍ତି । ମା’ଙ୍କ ଆଶୀର୍ବାଦ ଥିଲେ ଜୀବନର ସବୁ ପରୀକ୍ଷାରେ ସଫଳତା ମିଳେ । ଖାଲି ସେତିକି ନୁହେଁ ସରସ୍ବତୀ କଣ୍ଠରେ ବିରାଜିଲେ ଜଣେ ଉତ୍ତମ ଗାୟକ ହୋଇପାରେ ବିଶ୍ବାସ ରହିଛି । ପୂଜା ସମୟରେ ମାଙ୍କୁ ହଳଦୀ ରଙ୍ଗର ସାମଗ୍ରୀ ଲାଗି ହୋଇଥାଏ । ସରସ୍ବତୀଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ମାଆଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking