34.1 C
Bhubaneswar
Thursday, May 9, 2024
Homeସରସ୍ୱତୀ ପୂଜା -2024ସରସ୍ବତୀ ପୂଜାକୁ କାହିଁକି ବସନ୍ତ ପଞ୍ଚମୀ କୁହାଯାଏ ଆସନ୍ତୁ ଜାଣିବା...

ସରସ୍ବତୀ ପୂଜାକୁ କାହିଁକି ବସନ୍ତ ପଞ୍ଚମୀ କୁହାଯାଏ ଆସନ୍ତୁ ଜାଣିବା…

ଭୁବନେଶ୍ୱର : ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଏହି ଦିନ ଜ୍ଞାନ, ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା’ ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ମାଆ ସରସ୍ୱତୀଙ୍କ ଉପାସନାର ବିଶେଷ ଗୁରୁତ୍ୱ ରହିଛି, କାରଣ ସେ ଜ୍ଞାନର ଦେବୀ । ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଦେବୀ କାଳୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଫେବ୍ରୁଆରୀ ୧୪ ତାରିଖରେ ସରସ୍ୱତୀ ପୂଜା କରାଯିବ । ଏଥର ତିଥି ଅନୁସାରେ, ଫେବ୍ରୁଆରୀ ୧୪ ତାରିଖ ବୁଧବାର ଦିନ ସରସ୍ୱତୀ ପୂଜା ପଡୁଛି ଏବଂ ପୂଜାର ଶୁଭ ମୂହୁର୍ତ୍ତ ରହଛି ସକାଳ ୭ ଟାରୁ ଦିନ ୧୨ଟା ୩୫ ପର୍ଯ୍ୟନ୍ତ । ଶାସ୍ତ୍ର ବସନ୍ତ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବେ ବିବେଚନା କରାଯାଏ । ମାଆ ସରସ୍ୱତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀଙ୍କ ରୂପରେ ମଧ୍ୟ ପୂଜା କରାଯାଏ ଏହି ଦିନକୁ ବସନ୍ତ ପଞ୍ଚମୀ ସରସ୍ୱତୀ ପଞ୍ଚମୀ, ଶ୍ରୀ ପଞ୍ଚମୀ ନାମରେ ମଧ୍ୟ ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking