28.1 C
Bhubaneswar
Saturday, June 1, 2024
Homeଓଡିଶାସାପ କାମୁଡାରେ ନାବାଳକ ମୃତ

ସାପ କାମୁଡାରେ ନାବାଳକ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହିଲୁଙ୍ଗ ଗ୍ରାମରେ ସାପ କାମୁଡାରେ ତିନି ବର୍ଷର ନାବାଳକ ମୃତ । ମୃତକ ହେଲେ ଶାନ୍ତି କୋରାଙ୍କ ପୁଅ ସାଗର କୋରା । ପୁଅ ଦେହରୁ ସାପ ବିଷ କାଢିବା ପାଇଁ ବାପା କ୍ଷତ ସ୍ଥାନରେ ମୁହଁ ଲଗାଇ ଶୋଷିଥିଲେ। ଏହା ଯୋଗୁ ବାପା ଗୁରୁତର ହୋଇପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ହିଲୁଙ୍ଗ ଗ୍ରାମର ଶାନ୍ତି କୁରାଙ୍କ ନାବାଳକ ପୁଅ ସାଗର ଘର ସିଡି ତଳେ ଖେଳୁଥିଲେ। ସେଠାରେ ଏକ ନାଗସାପ ସାଗରଙ୍କର ବାମ ଗୋଡ ,ଜଙ୍ଘ ଓ ପିଠିକୁ ଦଂଶନ କରିଥିଲା । ସାଗର ପାଟି କରିବାରୁ ବାପା ଶାନ୍ତି ଆସି ପୁଅକୁ ବଞ୍ଚାଇବାପାଇଁ ପାଟିରେ କ୍ଷତ ସ୍ଥାନରୁ ପାଟିରେ ରକ୍ତ ଶୋଷି ବିଷ ବାହାର କରୁଥିବାବେଳେ ସେ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ବାପ ପୁଅଙ୍କୁ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଡାକ୍ତର ନାବାଳକ ସାଗରକୁ ମୃତ ଘୋଷଣା କରିଥିଲେ। ବାପା ଶାନ୍ତି କୋରାଙ୍କୁ ଅଧିକ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking