29.1 C
Bhubaneswar
Saturday, July 27, 2024
Homeଖେଳତୃତୀୟ ଟି-୨୦: ବାଂଲାଦେଶ ୧୦ ୱିକେଟ୍‌ରେ ବିଜୟୀ; ସିରିଜ୍ ୨-୧ରେ ଜିତିଲା ଆମେରିକା

ତୃତୀୟ ଟି-୨୦: ବାଂଲାଦେଶ ୧୦ ୱିକେଟ୍‌ରେ ବିଜୟୀ; ସିରିଜ୍ ୨-୧ରେ ଜିତିଲା ଆମେରିକା

ହ୍ୟୁଷ୍ଟନ: ବିଶ୍ୱକପ୍ ପୂର୍ବରୁ ଆମେରିକା ଗସ୍ତରେ ଥିବା ବାଂଲାଦେଶ ଟିମ୍ ଶେଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ରେ ବିଜୟ ହାସଲ କରିଛି । ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ବାଂଲାଦେଶ ସ୍ଥାନୀ ପ୍ରେୟରୀ ଭ୍ୟୁ କ୍ରିକେଟ୍ କମ୍ପେ୍ଲକ୍ସରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଆମେରିକାକୁ ୧୦ ୱିକେଟ୍‌ରେ ହରାଇ ଦେଇଛି । ଫଳରେ ଆମେରିକା ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ କବ୍‌ଜା କରିଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆମେରିକା ୨୦ ଓଭର୍‌ରେ ୯ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା । ଜବାବରେ ବାଂଲାଦେଶ କୌଣସି ୱିକେଟ୍ ନହରାଇ ୧୧.୪ ଓଭର୍‌ରେ ୧୦୮ ରନ୍ କରି ବିଜୟୀ ହୋଇଛି ।  ୬ ୱିକେଟ୍ ହାସଲ କରିଥିବା ମୁସ୍ତାଫିଜୁର୍ ରହମାନ୍‌ଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଏବଂ ସିରିଜ୍ ବିବେଚିତ କରାଯାଇଛି । ଆମେରିକା ପକ୍ଷରୁ ୱିକେଟ୍‌କିପର୍ ଆଣ୍ଡ୍ରିଆସ୍ ଗୌସ୍ ସର୍ବାଧିକ ୨୭ ରନ୍‌, ଶାୟନ୍ ଜାହାଙ୍ଗୀର ଓ କୋରୀ ଆଣ୍ଡର୍‌ସନ୍ ୧୮ ରନ୍ ଲେଖାଏଁ କରିଥିଲେ । ଭାନ୍ ଶ୍ଚାଲ୍‌କ୍ୱିକ୍ ୧୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ଛୁଇଁପାରି ନଥିଲେ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର୍ ରହମାନ୍ କ୍ୟାରିୟର୍ ସର୍ବଶ୍ରେଷ୍ଠ ୬ଟି ୱିକେଟ୍ ହାସଲ କରିଥିବା ବେଳେ ତାଞ୍ଜିମ୍ ହସନ୍‌, ସାକିବ୍ ଏବଂ ରିଶାଦ୍ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ୧୦୫ ରନ୍‌ର ଛୋଟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ କୌଣସି ୱିକେଟ୍ ନହରାଇ ୧୦୮ ରନ୍ କରି ଟିମ୍‌କୁ ସାନ୍ତ୍ୱନାମୂଳକ ବିଜୟ ଦେଇଥିଲେ । ତାଞ୍ଜିମ୍ ହସନ୍ ୪୨ ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ ୫୮ ଏବଂ ସୌମ୍ୟ ସରକାର ୨୮ ବଲ୍‌ରୁ ୪ ଚୌକା ଓ ଦୁଇ ଛକା ସହାୟତାରେ ୪୩ ରନ୍ କରି ଅପରାଜିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking