33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶନୂଆ ସଂସଦ ଭବନ ଭିତରର ଭିଡିଓ ଜାରି

ନୂଆ ସଂସଦ ଭବନ ଭିତରର ଭିଡିଓ ଜାରି

ନୂଆଦିଲ୍ଲୀ: ନୂତନ ଭାବେ ନିର୍ମିତ ସଂସଦ ଭବନର ଉଦ୍‌ଘାଟନକୁ ଆଉ ମାତ୍ର ଦୁଇଦିନ ଥିବାବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହା ଭିତରର ଭିଡିଓ ଜାରି କରାଯାଇଛି । ଭିଡିଓର ଆରମ୍ଭ ଏଣ୍ଟ୍ରି ଗେଟ୍‌ରୁ ହୋଇଛି । ଏହାପରେ ଗମ୍ବୁଜରେ ଲାଗିଥିବା ଅଶୋକ ସ୍ତମ୍ଭ, ବାହାର ପାଚେରି ପରେ ଲୋକସଭା ଏବଂ ରାଜ୍ୟସଭାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଲୋକସଭା ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ଆସନ ପଛରେ ଏକ ବିଶାଳ ଅଶୋକ ଚକ୍ର ରହିଛି । ଲୋକସଭାର ଚଟାଣରେ ମୟୂର ପକ୍ଷୀ ଡିଜାଇନ୍‌ର ମ୍ୟାଟ୍ ପଡ଼ିଛି । ସଦସ୍ୟଙ୍କ ଡେକ୍ସରେ ଏପରି ପ୍ରତୀକାତ୍ମକ ଡିଜାଇନ୍ ମଧ୍ୟ ରହିଛି । ପ୍ରତ୍ୟେକ ଡେକ୍ସରେ ସ୍କ୍ରିନ୍ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଇ ସଂସଦ ମାଇ ପ୍ରାଇଡ୍ ହାଶ୍‌ଟ୍ୟାଗ୍‌ରେ ଭିଡିଓ ଶେୟାର୍ କରି ଲେଖିଛନ୍ତି- ନୂଆ ସଂସଦ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି । ଏହି ଭିଡିଓ ସଂସଦର ଭବ୍ୟତାକୁ ଦର୍ଶାଉଛି । ନିଜ ବିଚାର ଏବଂ ଭଏସ୍ ଓଭର୍ ସହିତ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର୍ କରିବାକୁ ଲୋକଙ୍କୁ ଅନୁରୋଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking