32.1 C
Bhubaneswar
Friday, April 26, 2024
Homeଓଡିଶାବଲାଙ୍ଗୀର ଆସିବେ ଉପ ରାଷ୍ଟ୍ରପତି ଜୁୁବୁଲି ସମାରୋହ ଉଦ୍‌ଘାଟନ ଓ ବୋଟଲିଂ ପ୍ଲାଣ୍ଟ ଲୋକାର୍ପଣ

ବଲାଙ୍ଗୀର ଆସିବେ ଉପ ରାଷ୍ଟ୍ରପତି ଜୁୁବୁଲି ସମାରୋହ ଉଦ୍‌ଘାଟନ ଓ ବୋଟଲିଂ ପ୍ଲାଣ୍ଟ ଲୋକାର୍ପଣ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଆସନ୍ତା କାଲି ଭାରତ ଉପ ରାଷ୍ଟ୍ରପତି ଏମ.ଭେଙ୍କୟା ନାଏଡୁ ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି । ଏଥିପାଇଁ ପୁଲିସ ଓ ପ୍ରଶାସନ ତରଫରୁ ପ୍ରସ୍ତୁତି ଚୁଡାନ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ସମଗ୍ର ସହରରେ କଡାକଡି କରାଯାଇଛି । ନିଜେ ଏସପି ଏମ.ସନ୍ଦୀପ ସମ୍ପତ ସୁରକ୍ଷା ଦାୟିତ୍ୱ ତଦାରଖ କରୁଥିବା ବେଳେ ସ୍ୱତନ୍ତ୍ର ସୁରକ୍ଷା ଟିମ ମଧ୍ୟ ରାଜେନ୍ଦ୍ର କଲେଜ ଓ ବରକାନୀକୁ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଗସ୍ତ ସମୟରେ ପ୍ରଥମେ ବରକାନୀ ଠାରେ ନିର୍ମିତ ବିପିସିଏଲର ଏଲପିଜି ବୋଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତିଙ୍କ ସହିତ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ସାଂସଦ ସଙ୍ଗୀତା ସିଂଦେଓ ଓ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗଦେବେ । ସେଠାରୁ ଉପ ରାଷ୍ଟ୍ରପତି ରାଜେନ୍ଦ୍ର ମହାବିଦ୍ୟାଳୟକୁ ଆସି ଏହାର ପ୍ଲାଟିନମ ଜୁବୁଲି ସମାରୋହକୁ ଉଦ୍‌ଘାଟନ କରିବେ । ଏହି ସମାରୋହରେ ଉପ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ , କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ , ଓଡିଶା ସରକାରଙ୍କ ମନ୍ତ୍ରୀ ଅରୁଣ କୁମାର ସାହୁ , ବଲାଙ୍ଗୀର ସାଂସଦ , ବିଧାୟକ ଓ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଅତିଥି ଭାବେ ଯୋଗଦେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking