34.1 C
Bhubaneswar
Friday, March 29, 2024
Homeଓଡିଶାପୂର୍ବଜୋନ୍ ବିଜ୍ଞାନ ମେଳା ପାଇଁ ଶ୍ରେୟସ ମନୋନୀତ

ପୂର୍ବଜୋନ୍ ବିଜ୍ଞାନ ମେଳା ପାଇଁ ଶ୍ରେୟସ ମନୋନୀତ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଅନୁଗୁଳ ଜିଲ୍ଲା ସ୍ଥିତ ଅନୁଗୁଳ ହାଇସ୍କୁଲ ପ୍ରାଙ୍ଗଣରେ ଗତ ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ୨୦୧୯-୨୦ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଲିଟିଲ ଫ୍ଲାୱାର ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଶ୍ରେୟସ ମିଶ୍ରଙ୍କୁ ସଫଳତା ମିଳିଛି । ଶ୍ରେୟସଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ “ଆର୍ଥକ୍ୱେକ୍ ରେଜିଷ୍ଟାଂସ୍ ବେଡ୍ (ଭୂମିକମ୍ପ ପ୍ରତିରୋଧି ଖଟ)” ଉଚ୍ଚ ପ୍ରଶଂସିତ ହେବା ସହିତ ବିଆଇଟିଏମ୍‌, କଲିକତାରେ ପୂର୍ବ ଜୋନ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି । ଏହା ସହିତ “ରାସାୟନିକ ମୌଳିକଙ୍କ ପର୍ଯ୍ୟାୟ ସାରଣୀ” ଆଲୋଚନାଚକ୍ରରେ ଭାଗ ନେଇ ଶେୟ୍ରାସ କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶ୍ରେୟସ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଠାରୁ ପ୍ରମାଣ ପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଶ୍ରେୟାସଙ୍କ ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କା, ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ, ଲିଟିଲ ଫ୍ଲାୱାର ସ୍କୁଲର ଅଧ୍ୟକ୍ଷ , ଶିକ୍ଷକଶିକ୍ଷୟତ୍ରୀ, ଶ୍ରେୟସଙ୍କ ମାତାପିତା ଓ ବିଜ୍ଞାନ ସୋସାଇଟିର ସମସ୍ତ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking