28.1 C
Bhubaneswar
Friday, April 26, 2024
Homeଓଡିଶାଔଷଧ ବ୍ୟବସାୟୀଙ୍କୁ ମିଳୁ ଟିକା

ଔଷଧ ବ୍ୟବସାୟୀଙ୍କୁ ମିଳୁ ଟିକା

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ମେଡିସିନ ଦୋକାନ ବନ୍ଦ କରିବା ଲାଗି ଚେତାବନୀ ଦେଇଛି ଖୋର୍ଦ୍ଧା ଡିଷ୍ଟ୍ରିକ କେମିଷ୍ଟିସ ଆଣ୍ଡ ଡ୍ରଗ୍ସିଷ୍ଟ ଆସୋସିଏସନ । ଆସୋସିଏସନ କହିଛି ଯେ ରାଜ୍ୟ ସରକାରଙ୍କୁ ସଂଘ ବାରମ୍ବାର ମେଡିସିନ ଦୋକାନୀ ଓ କର୍ମଚାରୀ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବାକୁ ଦାବି କରୁଆସୁଛି । ଆସୋସିଏସନ ଓ ପରିବାର ବର୍ଗଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଟିକାକରଣ ବ୍ୟବସ୍ଥା କରାଯାଉ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି । ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଆସୋସିଏସନ ତା’ର ପରିବାର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବ ।
ରାଜ୍ୟରେ ଏପରି ସମୟରେ ପ୍ରାୟ ଆସୋସିଏସନ ଓ ପରିବାରରୁ ସଦସ୍ୟଙ୍କ ମଧ୍ୟରୁ ୧୩୦ରୁ ଅଧିକ ପ୍ରାଣ ହରାଇଲେଣି ।

ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨୦ ହଜାର ମେଡିସିନ ଦୋକାନୀ ଓ ପରିବାରର ସଂକ୍ରମଣ ସଙ୍କଟରେ ଜୀବନ- ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି । ଏହାବ୍ୟତୀତ ଦୋକାନୀଙ୍କଠାରୁ ଗ୍ରାହକ ମଧ୍ୟ ସଂକ୍ରମିତ ଦେଉଛନ୍ତି । ତେଣୁ ସରକାର ଜନସାଧାରଣଙ୍କ ସ୍ୱାର୍ଥ ଓ ଆସୋସିଏସନ ଜୀବନ-ଜୀବିକା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛନ୍ତି । ନହେଲେ ଏପରି ସଙ୍କଟ ସମୟରେ ମେଡିସିନ ଦୋକାନ ବନ୍ଦ ରହିଲେ, ଯେଉଁ ଅସୁବିଧା ହେବ ସରକାର ଦାୟୀ ରହିବେ ବୋଲି ଆସୋସିଏସନ୍ ପକ୍ଷରୁ ପ୍ରକାଶ ପାଇଛି । ସ୍ଥାନୀୟ ଅଟଳ ଭବନଠାରେ ଆସୋସିଏସନ୍ କର୍ମକର୍ତ୍ତାଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଏହା ପ୍ରକାଶ ପାଇଛି । ସମିଳନୀରେ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ତିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking