34.1 C
Bhubaneswar
Friday, March 29, 2024
Homeଓଡିଶାଚଉଠି ରାତିରେ ବୋହୂ ଫେରାର୍‌, ନେଇଗଲେ ୩ଭରି ସୁନା ଓ ବନ୍ଦାଣ ଟଙ୍କା

ଚଉଠି ରାତିରେ ବୋହୂ ଫେରାର୍‌, ନେଇଗଲେ ୩ଭରି ସୁନା ଓ ବନ୍ଦାଣ ଟଙ୍କା

ଭୁବନେଶ୍ୱର : ବୋଧହୁଏ ବାହା ହେବାକୁ ଇଚ୍ଛା ନଥିଲା । ଘରଲୋକଙ୍କ ଇଚ୍ଛାରେ ବାହା ହୋଇଯାଇଥିଲେ । ଶେଷରେ ନିଜ କାମ କରି ଦେଖାଇଦେଲେ । ଚଉଠି ରାତିରେ ଶ୍ୱଶୂର ଘରୁ ପ୍ରେମିକ ସାଙ୍ଗେ ଫେରାର୍ ହୋଇଗଲେ ବୋହୂ । ଏଭଳି ଘଟଣା ଖଣ୍ଡଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଶ୍ୱଶୂର ଘର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥନଗରରେ ଜଣେ ୨୩ବର୍ଷର ଯୁବକ ତାଙ୍କ ପରିବାର ସହ ରୁହନ୍ତି । ସେ ଆଇଗିଣିଆ ଫୁଲେଶ୍ୱରୀବସ୍ତିର ଜଣେ ୨୨ବର୍ଷୀୟା ଯୁବତୀଙ୍କୁ ଗତ ୭ ତାରିଖରେ ବିବାହ କରିଥିଲେ । ଗତ ୧୦ ତାରିଖ ରାତିରେ ନବବଧୂଙ୍କ ଚତୁର୍ôଥର ଆୟୋଜନ ହୋଇଥିଲା । ଏତିକିବେଳେ ମୁଣ୍ଡ ବୁଲାଇ ହେବାର ଅଭିନୟ କରିଥିଲେ ବୋହୂ । ଏହାଜାଣି ଶ୍ୱଶୂରଘର ଲୋକେ ବୋହୂର ମୁଣ୍ଡରେ ତେଲ ଲଗାଇ ମାଲିସ୍ କରିଦେଇଥିଲେ । ପରେ ଘରେ ପାୱାର କଟ୍ ହୋଇଯିବାରୁ ଚାରିଆଡ଼େ ଅନ୍ଧାର ହୋଇଯାଇଥିଲା । ଏହି ସମୟରେ ପରିବାରଲୋକ ଟିକେ ଶୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ସମ୍ପୃକ୍ତ ନବବଧୂ ୩ ଭରି ସୁନାଗହଣା ଓ ୩୫ହଜାର ବନ୍ଦାଣ ଟଙ୍କା ନେଇ ଘରୁ କୁଆଡ଼େ ପଳାଇଯାଇଥିଲେ ।

ଲାଇଟ୍ ଆସିବା ପରେ ଶ୍ୱଶୂର ଘର ଲୋକେ ବୋହୂକୁ ଖୋଜାଖୋଜି କରିଥିଲେ । ହେଲେ କେଉଁଠି ବି ପାଇନଥିଲେ । ଏନେଇ ସେମାନେ ୧୧ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ନବବଧୂ ଜଣକ ଯୁକ୍ତଦୁଇରେ ପଢୁଥିଲେ । କଲେଜ ପଢୁଆ ଝିଅ ହୋଇଥିବାରୁ ତାଙ୍କର କାହା ସହିତ ପ୍ରେମସମ୍ପର୍କ ଥିବା ସନ୍ଦେହ କରାଯାଉଥିଲା । ପରେ ଶ୍ୱଶୂରଘର ଲୋକେ ଛାନ୍‌ଭିନ କରିବାରୁ ସେ ତାଙ୍କ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସମ୍ପୃକ୍ତ ଯୁବକ ଜଣକ ଗଙ୍ଗପଡ଼ା ଅଞ୍ଚଳର । କିଛିବର୍ଷ ହେବ ଉଭୟ ପ୍ରେମସମ୍ପର୍କରେ ଥିଲେ । ହେଲେ ଘରଲୋକେ ରାଜିନଥିବାରୁ ଉଭୟ ଏକାଠି ହୋଇପାରିନଥିଲେ । ତେଣୁ ପ୍ରେମିକ ସହ ଫେରାର୍ ହେବା ପାଇଁ ବିବାହ ପରେ ଯୋଜନା କରିଥିଲେ ନବବଧୂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking