41.1 C
Bhubaneswar
Sunday, April 28, 2024
Homeଓଡିଶାଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର:  ରାଜ୍ୟରେ ୧୦ଲକ୍ଷ ପାଖାପାଖି ଟିକା ପହଞ୍ଚିଲା ପରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ନେଇ ସୂଚନା ମିଳିଛି । ହେଲେ ବିଳମ୍ବରେ ଟିକା ପହଞ୍ଚିଥିବାରୁ ଶନିବାର ଟିକାକରଣ କ୍ଷେତ୍ରରେ ସମସ୍ୟା ଉପୁଜିଛି । ଆଜି ରାଜ୍ୟର ଅଧା ଜିଲ୍ଲାରେ ଟିକାକରଣ ହେବନି । ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ସୋନପୁର ଆଦି ୧୫ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଶନିବାର ରାଜ୍ୟରେ କେବଳ ୩୯୯ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ହେବ ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ କୋଭାକ୍ସିନ୍ ୪ ଲକ୍ଷ ୧୮ହଜାର ୪୨୦ ଡୋଜ୍ ରହିଥିବା ବେଳେ ୧୦ ଲକ୍ଷ ୫୫ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଟିକା ରହିଛି । ଆଜି ରାଜ୍ୟରେ ୩୧ ହଜାର ୨୯୨ଜଣ ଟିକା ନେଇଥିଲା ବେଳେ ମୋଟ ସଂଖ୍ୟା ୧କୋଟି ୧୯ଲକ୍ଷ ୫୨ହଜାର ୨୪୧ରେ ପହଞ୍ଚିଛି । ସୂଚନାଯୋଗ୍ୟ ରାଜ୍ୟରେ ଟିକାଅଭାବରରୁ ଟିକାକରଣ କ୍ଷେତ୍ରରେ ବାଧା ଉପୁଜୁଥିଲା । ହେଲେ କେନ୍ଦ୍ର ସରକାର ଟିକା ପଠାଇଛନ୍ତି । ରାଜ୍ୟକୁ ଆସିଲା ଆଉ ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା । ଭୁବନେଶ୍ୱରରେ ଏହି କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ଗତକାଲି ୧ ଲକ୍ଷ ଟିକା ଆସି ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking