23.1 C
Bhubaneswar
Sunday, May 12, 2024
Homeଓଡିଶାସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା

ଜଗତସିଂହପୁର : ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଝିଅର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଜଗତସିଂହପୁର ଜିଲ୍ଲା ଜୋତଚାନ୍ଦପାଟଣା ଗାଁରେ ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଲୋକନାଥ ପାଳ ସ୍ତ୍ରୀ ଓ ଝିଅକୁ ହାଣି ନିଜେ ଆତ୍ମହତ୍ୟା କରିଛନ୍ତି। ଘର ଭିତରୁ ଲୋକନାଥଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଝିଅର ମୃତ୍ୟୁ ହୋଇଛି। ଲୋକନାଥଙ୍କ ସ୍ତ୍ରୀଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସ୍ତ୍ରୀ ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରୁ କଟକ ମେଡିକାଲ ଯାଉଥିବାବେଳେ ବାଟରେ ମୃତ୍ୟୁ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ କରୁଛି। ପାରିବାରିକ କଳହରୁ ଏଭଳି ଘଟିଥିବା ପୋଲିସ୍ ଅନୁମାନ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking