26.1 C
Bhubaneswar
Friday, March 29, 2024
Homeଓଡିଶାଭିଏସଏସ ନଗର ମାର୍କେଟ ସିଲ୍‌

ଭିଏସଏସ ନଗର ମାର୍କେଟ ସିଲ୍‌

ଭୁବନେଶ୍ୱର : ଅନିର୍ଦ୍ଧିଷ୍ଟ କାଳ ପାଇଁ  ଭୁବନେଶ୍ୱର ଭିଏସଏସ ନଗର ମାର୍କେଟ  ବନ୍ଦ କରାଯାଇଛି । କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ମାର୍କେଟରେ ସାମାଜିକ ଦୂରତା ରକ୍ଷା କରିବାରେ ବ୍ୟବସାୟୀ ଓ ଗ୍ରାହକ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭିଏସ୍‌ଏସ୍ ନଗର ମାର୍କେଟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ସରକାର କଟକଣାକୁ କୋହଳ କରି ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଥିଲେ । ଜାରି ହୋଇଥିବା କୋଭିଡ କଟକଣାକୁ  ଉଭୟ ଗ୍ରାହକ ଓ ଦୋକାନୀ ମାନିନଥିଲେ । ଦୋକାନରେ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଥିଲେ ସରକାର ।

ଏହି ନିର୍ଦ୍ଦେଶକୁ ନମାନି ଉଭୟ ଗ୍ରାହକ ଓ ଦୋକାନୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ ।  ଏଣୁ ଶୁକ୍ରବାର   ବିଏମ୍‌ସି ସ୍କ୍ୱାଡ ଚଢ଼ଉ କରି ମାର୍କେଟକୁ ସିଲ୍ କରିଛି । ସଂକ୍ରମଣକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ଏକାମ୍ର କାନନକୁ ମଧ୍ୟ ବନ୍ଦ କରାଯାଇଛି । ସୂଚନା ଥାଉ କି, ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଶୁକ୍ରବାର ବଡ଼ଗଡ଼ ହାଟ, ସହିଦ ନଗର ହାଟ, ଝାରପଡ଼ା ହାଟ, ୟୁନିଟ୍‌-୧ ଓ ୟୁନିଟ୍‌-୪ ମାର୍କେଟ୍‌ରେ ଚଢ଼ାଉ କରିଥିଲେ । ଏହି କ୍ରମରେ ଦୋକାନ ଦୋକାନ ମଧ୍ୟରେ ଦୂରତା ସୃଷ୍ଟି କରିଥିଲେ । ତେବେ ଭୁବନେଶ୍ୱରର ନର୍ଥ ଜୋନ୍‌ରେ ୬ଟି ଦୋକାନ ସିଲ୍ କରାଯାଇଥିବାବେଳେ ୧୦ ହଜାରରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking