26.1 C
Bhubaneswar
Tuesday, May 7, 2024
Homeକରୋନାଦିଲ୍ଲୀରେ କରୋନା ଟିକା ସମାପ୍ତ

ଦିଲ୍ଲୀରେ କରୋନା ଟିକା ସମାପ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ଯୁବଗୋଷ୍ଠୀଙ୍କ ପାଇଁ ଟିକାକରଣ କେନ୍ଦ୍ର ଶନିବାରରୁ ବନ୍ଦ କରାଯିବ । ସିଏମ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦୁଃଖ ଲାଗୁଛି ଯେ, ଯୁବଗୋଷ୍ଠୀଙ୍କ ପାଇଁ ଭ୍ୟାକ୍ସିନ ସେଣ୍ଟର ବନ୍ଦ କରିବାକୁ ପଡୁଛି । କେନ୍ଦ୍ରକୁ ଆମେ ଆହୁରି ଭ୍ୟାକ୍ସିନ ପାଇଁ କହିଛୁ । ମେ ରେ ନୂଆଦିଲ୍ଲୀରେ ୧୬ ଲକ୍ଷ ଭ୍ୟାକ୍ସିନ ଦିଆଯାଇଛି । ଯେତେବେଳେ କି ଜୁନରେ ଦିଲ୍ଲୀର କୋଟା ଆହୁରି ହ୍ରାସ କରାଯାଇ ୮ ଲକ୍ଷ କରିଦିଆଯାଇଛି । ଯଦି ପ୍ରତି ମାସରେ ୮ ଲକ୍ଷ  ଦିଆଯିବ, ତେବେ ଦିଲ୍ଲୀକୁ ଭ୍ୟାକ୍ସିନ ଦେବା ପାଇଁ ୩୦ ମାସ ଲାଗିଯିବ । ସେତେବେଳକୁ କରୋନାର କେତେ ଲହର ଆସିସାରିଥିବ । କେତେ ପ୍ରାଣ ମଧ୍ୟ ଚାଲି ଯାଇଥିବ । ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ଡୋଜ୍ ଭ୍ୟାକ୍ସିନ ଦିଆଯାଇଛି । ସିଏମ ଆହୁରି ମଧ୍ୟ କହିଛନ୍ତି, ଭ୍ୟାକ୍ସିନ ଅଭାବ ପାଇଁ ଦେଶରେ ବହୁତ କଠିନ ପରିସ୍ଥିତି ସୃଷ୍ଟି ହୋଇଛି । କରୋନାରୁ ଲୋକଙ୍କ ଜୀବନ ବଂଚାଇବା ପାଇଁ ଭ୍ୟାକ୍ସିନ ହେଉଛି ଏକମାତ୍ର ଗୋଟିଏ ଉପାୟ । ଦେଶରେ କରୋନାର ଉପଲବ୍ଧ ଅଦିକ କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ୪ଟି ପରାମର୍ଶ ଦିଆଯାଇଛି । ଭାରତୀୟ ବାୟୋଟେକ କମ୍ପାନୀ ନିଜ ଫର୍ମୁଲା କହିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । କେନ୍ଦ୍ର ସରକାର ସେହି ସବୁ କମ୍ପାନୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଆଦେଶ ଦିଅନ୍ତୁ ଯେ, ଯୁଦ୍ଧକାଲୀନ ସ୍ତରରେ ଭାରତରେ ଭ୍ୟାକ୍ସିନ ଉତ୍ପାଦନ ହେଉ । ସମସ୍ତ ବିଦେଶୀ ଭ୍ୟାକ୍ସିନକୁ ଭାରତରେ ବ୍ୟବହାର କରିବା ପାଇଁ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ । ଭାରତ ସରକାରଙ୍କୁ ଏହି ସବୁ ବିଦେଶୀ କମ୍ପାନୀ ଏବଂ ସେଠାର ସରକାରଙ୍କ ସହ କଥା ହେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking