38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବ୍ଲାକ ଫଙ୍ଗସ କବଳରେ ୫୫୪୮ ରୋଗୀ

ବ୍ଲାକ ଫଙ୍ଗସ କବଳରେ ୫୫୪୮ ରୋଗୀ

ନୂଆଦିଲ୍ଲୀ: କରୋନା କହର ମଧ୍ୟରେ ଦେଶରେ ମ୍ୟୁକରମାଇକୋସିସ ଅର୍ଥାତ ବ୍ଲାକ ଫଙ୍ଗସ ଦୃତ ବେଗରେ କାୟା ମେଲାଇବାରେ ଲାଗିଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବ୍ଲାକ ଫଙ୍ଗସର ଏପର୍ଯ୍ୟନ୍ତ ୮୮୪୮ ମାମଲା ସାମ୍ନାକୁ ଆସିଛି ଏବଂ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ ଅନେକ ରାଜ୍ୟରେ ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି । କରୋନା ପରେ ବ୍ଲାକ ଫଙ୍ଗସ ବଢିବା ମାମଲାରେ ଏହାର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଆଣ୍ଟି ଫଙ୍ଗଲ ମେଡିସିନ ଏମ୍ଫଟୋରିସିନ ବିର ଚାହିଦା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏମ୍ଫଟୋରିସିନ ବି ର ମୋଟ ୨୩୬୮୦ ଅତିରିକ୍ତ ପ୍ରଦାନ କରାଯାଇଛି । ରସାୟନ ଏବଂ ଉର୍ବରକ ମନ୍ତ୍ରୀ ଡିବି ସଦାନନ୍ଦ ଗୌଡା ଏହି ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking