31.1 C
Bhubaneswar
Tuesday, April 23, 2024
Homeଓଡିଶାସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରେ ଅଧିକ ଘନୀଭୂତ ହୋଇ ୨୪ରେ ବାତ୍ୟାରେ ପରିଣତ ହେବ । କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ । ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ ବାତ୍ୟା । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ ବୋଲି ଆଇଏମଡି କହିଛି । ଉତ୍ତର ଓଡିଶା ପଶ୍ଚିମବଙ୍ଗ ଓ ବାଲାଂଦେଶ ତଟ ମଧ୍ୟରେ ଉପକୂଳ ଛୁଇଁବ । ଏନେଇ ଟ୍ୱିଟ ଯୋଗେଁ ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।

ଆଜି  ଆଣ୍ଡାମାନ ସାଗର, ସଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ୪୦ ରୁ ୫୦କି.ମି ଝଟକା ପବନ  ଘଣ୍ଟା ପ୍ରତି ୬୦ କି.ମି ରହିବାର ସମ୍ଭାବନା ରହିଛି ।  ଏହି ପବନ ୨୩ ତାରିଖ ସକାଳ  ପରଠାରୁ  ପୂର୍ବ କେନ୍ଦ୍ରୀୟ ଏବଂ ସଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୫ରୁ  ୫୫ କି.ମି ତଥା ଝଟକା ପବନ ୬୫ କି.ମି ରହିବାର ସମ୍ଭବନା ରହିଛି ।  ପରବର୍ତ୍ତୀ ସମୟରେ ଆହୁରି ବୃଦ୍ଧି ପାଇପାରେ ।  ୨୩ତାରିଖ ସକାଳ ବେଳକୁ  କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ପବନ ଘଣ୍ଟା ପ୍ରତି ବେଗ  ୫୦ ରୁ ୬୦ କି.ମି  ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କି.ମି ରହିବାର ସମ୍ଭବନା ରହିଛି ।  ୨୪ ତାରିଖ ଠାରୁ  ଏହି ପବନ ଘୂର୍ଣ୍ଣାୟମାନ  ହେବା ସହ ଘଣ୍ଟା ପ୍ରତି ବେଗ  ୬୫ରୁ ୭୫ କି.ମି ତଥା ଝଟକା ପବନ ଘଣ୍ଟା ପ୍ରତି ୮୫ କି.ମି ରହିବାର ସମ୍ଭବନା ରହିଛି ।  ଏହା କ୍ରମାଗତ ଭାବେ  ୨୫ ତାରିଖ ଯାଏଁ ବୃଦ୍ଧି ହେବାର ସମ୍ଭବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking