36.1 C
Bhubaneswar
Monday, May 6, 2024
Homeଓଡିଶାଆଜି ୬ଜିଲ୍ଲାରେ ହେବନି ଟିକାକରଣ

ଆଜି ୬ଜିଲ୍ଲାରେ ହେବନି ଟିକାକରଣ

ଭୁବନେଶ୍ବର : ଆଜି ରାଜ୍ୟର ୬ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଟିକାକରଣ ବନ୍ଦ ରଖିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛ। ଏହାସତ୍ବେ ଆଜି ରାଜ୍ୟରେ ୫୮୬ ଟିକାକରଣ ଅଧିବେଶନ ଆୟୋଜିତ ହେବ। ବୁଧବାର ରାଜ୍ୟରେ ୩୯୦ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମାତ୍ର ବାତ୍ୟା ଯୋଗୁଁ ଭୁବନେଶ୍ବର ସହରାଞ୍ଚଳରେ ଟିକାକରଣ ବନ୍ଦ ରହିବା କାରଣରୁ ‘କୋଭାକ୍ସିନ୍’ ଟିକା ଦିଆଯାଇ ନାହିଁ। ୩୯୦ ଅଧିବେଶନରେ ୪୯,୨୦୮ଜଣ ଟିକା ନେଇଛନ୍ତି। ଏଥିରେ ୧୮-୪୪ବର୍ଗର ୩୯,୭୬୬ଜଣଙ୍କୁ ପ୍ରଥମ ଡୋଜ୍, ୪୫ବର୍ଷରୁ ଅଧିକ ୮୭୫୯ ପ୍ରଥମ ଓ ୩୬ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ଟିକାକରଣ ୭୨ଲକ୍ଷ ୭୮ହଜାର ୬୬୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ, ୮୭ ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରେ ୧୨୫ ପ୍ରତିଶତ ପ୍ରଥମ ଓ ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking