28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପୁଣି ବ୍ୟାପିଲାଣି ବ୍ୟୁବୋନିକ୍ ପ୍ଲେଗ୍, ବଢ଼ୁଛି ମୃତ୍ୟୁ ସଂଖ୍ୟା

ପୁଣି ବ୍ୟାପିଲାଣି ବ୍ୟୁବୋନିକ୍ ପ୍ଲେଗ୍, ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ଏବେ ଆଉ ରୋଗ ବିପଦ ହୋଇ ଠିଆ ହୋଇଛି । ମହାମାରୀ କାରଣରୁ ଅନେକ ଲୋକ ଏବେ ହନ୍ତସନ୍ତ ହେଉଥିବା ବେଳେ ଆଫ୍ରିକାର କଙ୍ଗୋରେ ପୁଣି ମାତିଛି ବ୍ୟୁବୋନିକ ପ୍ଲେଗ । ଆଫ୍ରିକାର ନାଗରିକ ଏଥିରୁ ମୁକ୍ତି ପାଇବାକୁ ଯାଇ କଲବଲ ହେଲେଣି । ଗତବର୍ଷ ପରି ଏବର୍ଷ ମଧ୍ୟ ଏହି ରୋଗ ବ୍ୟାପିବାରେ ଲାଗିଛି । କଙ୍ଗୋରେ ୧୫ ଟି ନୂଆ କେସ୍ ଚିହ୍ନଟ ହେବା ସହ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହାକୁ ‘ବ୍ଲାକ୍କ ଡେଥ୍’ କୁହାଯାଏ । ଏହା ମୂଷାଙ୍କ ମାଧ୍ୟମରେ ମଣିଷଙ୍କ ଶରୀରରେ ବ୍ୟାପିଥାଏ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଫ୍ରିକାର କଙ୍ଗୋର ଇଟୁରିରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଏହି ବ୍ୟୁବୋନିକ୍ ମହାମାରୀର ରୂପ ନେଇଛି । ୨୩ ଏପ୍ରିଲରୁ ୮ ମେ’ ମଧ୍ୟରେ ୧୧ ଜଣ ପ୍ରାଣ ହରାଇ ସାରିଲେଣି ।

ଇଟୁରୀର ପ୍ରାଦେଶିକ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ଲୁଇସ୍ ଶୁଲୋ କହିଛନ୍ତି ଯେ, ବ୍ୟୁବୋନିକ ପ୍ଲେଗ ରୋଗୀମାନଙ୍କଠାରେ ମୁଣ୍ଡବିନ୍ଧା, ଜ୍ୱର, କାଶ, ଶରୀରରେ ଦୁର୍ବଳ ଅନୁଭବ ହେବା ଏବଂ ରକ୍ତ ବାନ୍ତି ପରି ଲକ୍ଷଣ ଦେଖାଯାଇଥାଏ । ଏହି ରୋଗରୁ ପ୍ରଥମ ମୃତ୍ୟୁ ଜଣେ ମହିଳାଙ୍କର ହୋଇଥିଲା । ଏହାପରେ ସେହି ଅଞ୍ଚଳରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ତା’ପରେ ଶେଷରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଯେଉଁମାନେ ଉପରୋକ୍ତ ୪ ଜଣଙ୍କ ଅନ୍ତିମ ସତ୍କାର କରିବାକୁ ଯାଇଥିଲେ । ବର୍ତ୍ତମାନ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ଶବ ସତ୍କାର ଠାରୁ ଦୂରରେ ରହିବାକୁ ଅପିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking